Sat. Mar 7th, 2026

ସଟର ତାଡ଼ି ଲୁଟ୍ ମାମଲାରେ ନାବାଳକ ଗିରଫ

232 Views

ପୁରୀ, ଡିସେମ୍ବର ୩: ଗତ ଗୁରୁବାର ରାତିରେ ଶ୍ରୀକ୍ଷେତ୍ର କଲୋନୀରେ ଥିବା ଏକ ଦୋକାନର ସଟର ତାଡ଼ି ଚୋରି କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଆଜି ଜଣେ ନାବାଳକକୁ ଗିରଫ କରି କୋର୍ଟଚାଲାଣ କରିଛି। ପୂର୍ବରୁ ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ଶ୍ରୀକ୍ଷେତ୍ର କଲୋନୀ ନିବାସୀ ଶିବ ପ୍ରସାଦ ହଦଙ୍କର ସ୍ଥାନୀୟ ମଙ୍ଗଳା ମନ୍ଦିର ନିକଟରେ ଏକ ଗ୍ରୋସରୀ ଦୋକାନ ରହିଛି। ଗତ ଗୁରୁବାର ରାତିରେ କୌଣସି ଦୁର୍ବୃତ୍ତ ଦୋକାନର ସଟର ତାଡ଼ି ୬୦୦ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲା।

ଏ ନେଇ ଶିବପ୍ରସାଦ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ କାଳିଆ ଓରଫ ବିଶ୍ବଜିତ ବେହେରା (୨୦), ଜଟିଆ ଓରଫ ଜଗଦୀଶ ସେଠୀ (୧୯)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଜି ଜଣେ ନାବାଳକକୁ ଧରି କୋର୍ଟରେ ହାଜର କରିଛି। ସୂଚନାଯୋଗ୍ୟ, ଗତ ୨୨ ତାରିଖ ବିଳମ୍ବିତ ରାତିରେ ଏହି ଅଭିଯୁକ୍ତମାନେ ସମୁଦ୍ରକୂଳ ଥାନା ଇଲାକାରେ ଥିବା ତିନୋଟି ଦୋକାନର ସଟର ତାଡ଼ି ଚୋରି କରିଥିଲେ।

By amfnews

Related Post