Sat. Mar 7th, 2026

ଶ୍ରୀରାଧାଙ୍କ ଓଡ଼ିଆଣି ବେଶ ଦର୍ଶନ ଲାଗି ଚଳଚଞ୍ଚଳ ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର, ଲାଗିଛି ଲମ୍ବା ଧାଡି

468 Views

ସାକ୍ଷୀଗୋପାଳ, ନଭେମ୍ବର ୧୭: ପବିତ୍ର ଅଁଳା ନବମୀରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଅଞ୍ଚଳ। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଦାଳୁ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ଭିଡ଼ ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାପନରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।


ତେବେ ଚଳିତ ବର୍ଷ ଶ୍ରୀରାଧାଙ୍କ ପାଦସ୍ପର୍ଶ ଉପରେ କଟକଣା ଲଗାଯାଇଛି। ଭକ୍ତମାନେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ଶ୍ରୀରାଧା ପାଦଦର୍ଶନ ତ କରିପାରିବେ, ମାତ୍ର ଏହାକୁ ଛୁଇଁ ପାରିବେ ନାହିଁ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଅଁଳାନବମୀ ପାଇର୍ ରାତି ୧୨ଟାରେ ମନ୍ଦିର ଫିଟାଯାଇ ମଙ୍ଗଳଆଳତୀ, ମର୍ଦ୍ଦନ, ଅବକାଶ ନୀତି, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳ ଧୂପ, ମଦନମୋହନଦେବ ଭୋଗ ପରେ ଦେବନୀତି ଶେଷ କରାଯାଇଛି। ଦେବନୀତି ଶେଷ ପରେ ସାଢ଼େ ୫ଟାରୁ ୬ଟା ଯାଏ ସେବାୟତଙ୍କ ପରିବାର ଶ୍ରୀରାଧାଙ୍କ ପାଦଦର୍ଶନ ଓ ଓଡ଼ିଆଣୀ ବେଶ ଦର୍ଶନ କରିବା ପରେ ସକାଳ ସାଢ଼େ ୬ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି।

ଏଥିପାଇଁ ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି ଓ ୧୭ ପ୍ଲାଟୁନ୍‍ ଫୋର୍ସ ମୂତୟନ ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରୁଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁମାନେ ଗର୍ଭଗୃହର ବେହରଣ ଦ୍ୱାର ନିକଟରୁ ଶ୍ରୀରାଧାଙ୍କ ପାଦଦର୍ଶନ କରୁଛନ୍ତି।

By amfnews

Related Post