Sat. Mar 7th, 2026

ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ , ଜାଣନ୍ତୁ କାରଣ

389 Views

 

ଶୀତ ଋତୁରେ ଥଣ୍ଡା,କାଶ,ଜ୍ୱର ଓ ଗଳା ସଂକ୍ରମଣ ଆଦି ଶାରୀରିକ ସମସ୍ୟା ଦେଖାଯିବା ସାଧାରଣ କଥା। କିନ୍ତୁ ଏଭଳି ଅନେକ ଶାରୀରିକ ସମସ୍ୟା ରହିଛି, ଯାହା ଶୀତ ଋତୁରେ ବେଶୀ ଦେଖାଯାଏ। ସେଥିମଧ୍ୟରୁ ଗୋଟିଏ ହେଲା ହାର୍ଟଷ୍ଟ୍ରୋକ୍‌ ବା ହୃଦ୍‌ଘାତ।

ନୂଆଦିଲ୍ଲୀ ସ୍ଥିତ ପିଏସ୍‌ ଏ ଆର ଆଇ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ଏକଥା ସାମ୍ନାକୁ ଆସିଛି। ଏହି ହସ୍ପିଟାଲର ନ୍ୟୁରୋ ସାଇନ୍‌ସ ବିଭାଗର ଡାକ୍ତର ଅମିତ ବାସ୍ତବଙ୍କ କହିବା ଅନୁଯାୟୀ, ଶୀତ ଋତୁରେ ସମସ୍ତ ପ୍ରକାର ଷ୍ଟ୍ରୋକ୍‌ ଅଧିକ ମାତ୍ରାରେ ପରିଲକ୍ଷିତ ହୋଇଥାଏ।

ଗବେଷଣାରୁ ଜଣାଯାଇଛି ଯେ, ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ ଥାଏ। କାରଣ ଏହି ଋତୁରେ ଅଧିକ ଶୀତ ଅନୁଭୂତ ହେବା ଫଳରେ ରକ୍ତ ଏକଦମ୍‌ ଗାଢ଼ା ହେବାରେ ଲାଗିଥାଏ। ଏହାଫଳରେ ଶୀଘ୍ର ଥକ୍‌କା ଲାଗିଥାଏ। ଅଧିକାଂଶ ହୃଦଘାତ କେବଳ ଏହି କ୍ଳାନ୍ତି ଯୋଗୁଁ ହୋଇଥାଏ। ଏହା ମସ୍ତିଷ୍କର ରକ୍ତ ପ୍ରବାହକୁ ବ୍ଲକ୍‌ କରି ଦେଇଥାଏ।

By amfnews

Related Post