ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ତିନି ତଲାକ ମାମଲା ସାମ୍ନାକୁ ଆସିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳା ପୁଣି ଏକ ଶିଶୁକନ୍ୟା ଜନ୍ମ କରିଥିବାରୁ ତାଙ୍କୁ ସ୍ୱାମୀ ତିନି ତଲାକ ଦେଇଛନ୍ତି । ଅଯୋଧ୍ୟାର ହାଇଦରଗଂଜ ତହସିଲର ଜାନା ବଜାର ଅଞ୍ଚଳରେ ରହୁଥିବା ଏହି ମହିଳାଙ୍କ ନାମ ହେଲା ଜାଫ୍ରିନ ଅଂଜୁମ।
ଅଭିଯୋଗ ଅନୁସାରେ ବିବାହର ପ୍ରଥମ ମାସରୁ ୨୩ ବର୍ଷୀୟା ଜାଫ୍ରିନଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା । ବିବାହ ସମୟରେ ବାପ ଘରୁ ସେ ଯୌତୁକ ଆଣିଥିଲେ କିସ୍ତୁ ସ୍ୱାମୀ ଆହୁରି ଅଧିକ ଚାହୁଁଥିଲେ । ସେଥିପାଇଁ ସେ ନିର୍ଯାତନା କରୁଥିଲେ । ଏବେ ଝିଅ ଜନ୍ମକରିବାରୁ ତାଙ୍କୁ ଅଧିକ ନିର୍ଯାତନ ସହିବାକୁ ପଡୁଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ ତାଙ୍କ ସ୍ବାମୀ ଅସ୍ତିଖର ଅହମ୍ମଦ ଗତ ୧୮ ତାରିଖରେ ତିନିତଲାକ୍ ଦେଇଥିବା ଜାଫ୍ରିନ ଅଂଜୁମ ଅଭିଯୋଗ କରିଛନ୍ତି।
ଏ ଘଟଣା ସଂପର୍କରେ ଅଯୋଧ୍ୟାର ଗ୍ରାମାଞ୍ଚଳ ଏସପି ଶୈଳେନ୍ଦ୍ର ସିଂହ କହିଛନ୍ତି ଏନେଇ ଏକ ମାମଲା ରୁଜ୍ଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି।