Sat. Apr 19th, 2025

ଶିଶୁଆ ଉପକାରାଗାରରୁ ବିଚାରାଧୀନ ବନ୍ଦୀ ଚମ୍ପଟ

By amfnews May 5, 2020 #Featured
150 Views

ସାଲେପୁର/କଟକ: କଟକ ଜିଲ୍ଲାର ଶିଶୁଆ ବ୍ୟାରେଜଠାରେ ଥିବା ଶିଶୁଆ ଉପକାରାଗାରରୁ ଗତକାଲି ସନ୍ଧ୍ୟାରେ ଜଣେ କଏଦୀ ଫେରାର ହେବା ପରେ ପୁଲିସ ତାକୁ ବିଳମ୍ବିତ ରାତିରେ ଧରିବାରେ ସଫଳ ହୋଇଥିବା ଜଣାଯାଇଛି। ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଖସି ପଳାଇ ଯାଇଥିବା କଏଦୀ ଜଣକ ହେଉଛନ୍ତି ସାଲେପୁର ଥାନା ଅଧୀନସ୍ଥ କେନ୍ଦୁପାଟଣା ପଞ୍ଚାୟତର ଖଣ୍ଡଗାଁ ଗ୍ରାମର ନୃସିଂହ ନାଥ ସାମଲ (୨୧) ବୋଲି ଶିଶୁଆ ଉପକାରାଗାର ଅଧିକାରୀ ମାନସ ରଞ୍ଜନ ସାମନ୍ତ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଏହି କଏଦୀ ନୃସିଂହ ନାଥ ସାମଲ ଜଣେ ଦୁଷ୍କର୍ମ ଅଭିଯୁକ୍ତ । କରୋନା କଟକଣା ଯୋଗୁଁ  ସେ ଗତ ମାର୍ଚ୍ଚ ୨୩ ତାରିଖରେ ଚୌଦ୍ବାର କାରଗାରରୁ ଏଠାକୁ ଆସିଥିଲେ।

ସୋମବାର ଦିନ ପ୍ରାୟ ଗୋଟାଏ ୩୦ମିନିଟ୍ ପର୍ଯ୍ୟନ୍ତ ଜେଲ୍ ମଧ୍ୟରେ ଥିଲେ। ହେଲେ ସନ୍ଧ୍ୟା ଗଣତିରେ ଜଣା ପଡ଼ିଥିଲା କଏଦୀ ନୃସିଂହ ନାଥ ଜେଲ୍ ମଧ୍ୟରେ ନାହିଁ।

ପରେ ଜେଲ୍ ର ବିଭିନ୍ନ ସ୍ଥାନ ଖୋଜାଖୋଜି କଲା ପରେ ତାଙ୍କୁ ନ ପାଇବାରୁ ରାତି ପ୍ରାୟ ୯ ଟା ୫୦ମିନିଟ୍ ରେ ଘଟଣା ସମ୍ପର୍କରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଫେରାର କଏଦୀଙ୍କୁ ସାଲେପୁର ଥାନା ପୁଲିସ ଗତକାଲି ରାତ୍ର ପ୍ରାୟ ୧୨ ଟା ୩୦ମିନିଟ୍ ରେ ଖଣ୍ଡଗାଁ ମଧ୍ୟରୁ ଧରିଛି ବୋଲି ସାଲେପୁର ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

By amfnews

Related Post