Sat. Mar 7th, 2026

ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଥିବା ଜାମିନକୁ ସୁପ୍ରିମକୋର୍ଟ ଖାରଜ କଲେ

273 Views

ନୂଆଦିଲ୍ଲୀ : ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ ବଢ଼ିଛି। ତାଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଥିବା ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ୨୦୧୮ ଜୁଲାଇ ୧୬ ତାରିଖରେ ୨ଟି ଅପରାଧିକ ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଏହି ରାୟର ପୁର୍ନବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା। ମହିମା ମିଶ୍ରଙ୍କ ଜାମିନ ଖାରଜ କରିବା ଲାଗି ରାଜ୍ୟ ସରକାର ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଆଜି ଏହାର ଶୁଣାଣି କରି ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରିବା ସହ ମହିମା ମିଶ୍ରଙ୍କ ଜାମିନକୁ ଖାରଜ କରିଛନ୍ତି।

ଜଷ୍ଟିସ୍‌  ଅଭୟ ମନୋହର ସାପ୍ରେ ଓ ୟୁ ୟୁ ଲଲିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଏହା ଫଳରେ ଶିଳ୍ପପତି ମହିମା ମିଶ୍ର ଜେଲ୍‌ରୁ ବାହାରିବା ଉପରେ ଅଙ୍କୁଶ ଲାଗିଛି।

By amfnews

Related Post