Fri. Mar 6th, 2026

ଶିକ୍ଷକ ଆନ୍ଦୋଳନକୁ ବଢୁଛି ଲୋକଙ୍କ ସମର୍ଥନ

ଶିକ୍ଷକ ଆନ୍ଦୋଳନକୁ ବଢୁଛି ଲୋକଙ୍କ ସମର୍ଥନ
ଶିକ୍ଷକ ଆନ୍ଦୋଳନକୁ ବଢୁଛି ଲୋକଙ୍କ ସମର୍ଥନ
971 Views

ଯାଜପୁର,୧୭/୦୯ ଏବେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଗାଁ ଗାଁ କୁ ଯାଇଛି । ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ମାନବ ସମ୍ବଳ ସବୁଠାରୁ ବଡ ସମ୍ବଳ ହୋଇଥିବା ବେଳେ ଏହି ସମ୍ବଳକୁ ଗଢିବାର ଦାୟୀତ୍ୱ ନେଇଥିବା ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ପ୍ରତି ସରକାରୀ ଅବିଚାରକୁ ଲୋକେ ବିରୋଧ କରିବା ଆରମ୍ବ କରିଛନ୍ତି । ବରିଷ୍ଠ ପ୍ରଶାସକ, ବିଧାୟକ, ମନ୍ତ୍ରୀଙ୍କ ଦରମା ଦିନକୁ ଦିନ ବଢୁଥିବା ବେଳେ ଗୁରୁ ମାନଙ୍କୁ ଦୟନୀୟ ଅବସ୍ଥାରେ ରଖା ନଯାଉ । ରାଜ୍ୟର ଜନପ୍ରୀୟ ନବୀନ ପଟ୍ଟନାୟକ ସରକାର ସମସ୍ତଙ୍କ ପାଇଁ ଯୋଜନା କରୁଥିବା ବେଳେ ଶିକ୍ଷକ ମାନଙ୍କ ସମସ୍ୟାକୁ ଅଣଦେଖା କରାଯିବା ପ୍ରସଙ୍ଗକୁ ନାପସନ୍ଦ କରଯାଉଛି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଜଗନ୍ନାଥଜୀୟୁ ମହାବିଦ୍ୟାଳୟ ଅଧ୍ୟାପକ ମାନଙ୍କ ତରଫରୁ ସୋମବାର ଚଢେଇଧରା ନିକଟସ୍ଥ କେତେକ ର୍ଗାରେ ଏଥିନେଇ ସଚେତନତା ସଅଷ୍ଟି କରାଯାଇଥିଲା । ଶିକ୍ଷକ ଅଧ୍ୟାପକ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଅଧ୍ୟାପକ ଅକ୍ଷୟ ସାମଲଙ୍କ ନେତୃତ୍ୱରେ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମକୁ ଚଢେଇଧରା କଲେଜର ପୁରାତନ ଛାତ୍ର ସଂଗଠନର ପ୍ରତିଷ୍ଠାତା ସାଧାରଣ ସଂପାଦକ ମାନସ ରଞ୍ଜନ ବିଶ୍ୱାଳ ସମେତ ବହୁ ବୁଦ୍ଧିଜୀବି ମାନେ ସମ୍ବର୍ଦ୍ଧନା ଜଣାଇବା ସହ ନବୀନ ପଟ୍ଟନାୟକ ସରକାର ଶିକ୍ଷକ ମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସଚେତନତା କାର୍ଯ୍ୟମାନ ଅନୁଷ୍ଠିତ ହୋଇଛି ।

By amfnews

Related Post