Sat. Mar 7th, 2026

ଶକ୍ତ ଚାପୁଡା ଖାଇବା ପରେ ଛାତରୁ ଶାଶୁଙ୍କୁ ଠେଲି ଦେଲା ଜ୍ୱାଇଁ

273 Views

ଥାନେ: ମହାରାଷ୍ଟ୍ରର ଥାନେରେ ଜଣେ ମଦ୍ୟପ ଜ୍ୱାଇଁ ଶାଶୁକୁ ଛାତ ଉପରୁ ଠେଲି ଦେଇଥିବା ଜଣାପଡ଼ିଛି। ଯେତେବେଳେ ଜ୍ୱାଇଁକୁ ମଦ ନିଶାରେ ଶାଶୁ ଦେଖିଥିଲେ, ସେ ରାଗରେ ଆସି  ଏକ ଶକ୍ତ ଚାପୁଡାଟିଏ ପକାଇଥିଲେ। ଚାପୁଡା ଖାଇବା ପରେ ଜ୍ୱାଇଁର ଆତ୍ମସମ୍ମାନରେ ଆଞ୍ଚ ଆସିଥିଲା। ଏହାପରେ ସେ ରାଗରେ ପ୍ରଥମ ମହଲାରୁ ଶାଶୁଙ୍କୁ ଠେଲି ଦେଇଥିଲା। ଘଟଣାସ୍ଥଳରେ ଶାଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଜ୍ୱାଇଁକୁ ପୁଲିସ ଗିରଫ କରି ନେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ୩୨ବର୍ଷୀୟ ଅଙ୍କୁଶ ଭଟ୍ଟି ନିଜର ଦିବ୍ୟାଙ୍ଗ ପତ୍ନୀ ଓ ଶାଶୁଙ୍କ ସହିତ ଥାନେର ଘୋଡବନ୍ଦର ରୋଡସ୍ଥିତ ରୁପଥାସ୍ଥିତ କମ୍ପଲେକ୍ସରେ ରହୁଥିଲା। ଭଟ୍ଟି ସର୍ବଦା ମଦ ପିଇ ଘରକୁ ଫେରି ଥାଏ ଓ ପତ୍ନୀ ଏବଂ ଶାଶୁଙ୍କ ସହ ଝଗଡ଼ା କରିଥାଏ। ଠିକ୍‌ ସେହିପରି ଗତ ସୋମବାର ବି ଭଟ୍ଟି ମଦ ପିଇ ଘରକୁ ଆସିଥିଲା ଓ ଶାଶୁଙ୍କ ସହ ଝଗଡ଼ା କରିଥିଲା। ଶାଶୁ ସହ୍ୟ କରି ନ ପାରି ଚାପୁଡ଼ାଟିଏ ପକାଇଥିଲେ। ଭଟ୍ଟି ରାଗରେ ଏକ ବୋତଲରେ ଶାଶୁ କମଲଜିତଙ୍କ ମୁଣ୍ଡକୁ ପାହାର ପକାଇବା ପରେ ଛାତରୁ ତଳକୁ ଫିଙ୍ଗି ଦେଇଥିଲା। ଘଟଣାସ୍ଥଳରେ କମଲଜିତଙ୍କ ମୃତ୍ୟୁ ହୋଇଯାଇଥିଲା।

By amfnews

Related Post