Sun. Mar 8th, 2026

ଲକ୍ଷାଧିକ ଟଙ୍କାର ବାଣ ଜବତ, ୧ ଗିରଫ

175 Views

ପୁରୁଣା ଭୁବନେଶ୍ୱର,ନଭେମ୍ବର,୫: ଆଜି ପୁରୁଣା ଭୁବନେଶ୍ବରରେ ଏକ ବେଆଇନ ବାଣ କାରଖାନା ଠାବ ହୋଇଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ୍‌ ଏହି ବାଣ କାରଖାନାକୁ ସିଲ୍‌ କରିବା ସହ ୨ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ବାଣ ତିଆରି ପାଇଁ ବ୍ୟବହୃତ ବାରୁଦ ସହ କାଗଜ ଜବତ ହୋଇଛି। ଗିରଫ ବ୍ୟକ୍ତି ହେଉଛନ୍ତି ପୁରୁଣା ଭୁବନେଶ୍ବରର ମିଟୁ ବେହେରା। ବିଶ୍ବରଞ୍ଜନ ନାଥଙ୍କ ଘରେ ଏହି ବାଣ ବେଆଇନ ଭାବରେ ତିଆରି ଚାଲିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଦୀପାବଳିର ୨ ଦିନ ପୂର୍ବରୁ ବାଣ ବିକ୍ରି ନେଇ ନିର୍ଦେଶ ଦିଆଯାଇଛି। ମାତ୍ର ପୁରୁଣା ଭୁବନେଶ୍ବରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିକ୍ରି ଆରମ୍ଭ ହୋଇଯାଇଥିବା ପରିଲକ୍ଷିତ ହୋଇଛି।

By amfnews

Related Post