Sat. Mar 7th, 2026

ରୁଜୁ ହୋଇଥିବା ମିଥ୍ୟା ମାମଲାରେ ନ୍ୟାୟ ଦାବି କରି ରାଷ୍ଟ୍ରପତି କୋବିନ୍ଦଙ୍କୁ ରକ୍ତରେ ଚିଠି ଲେଖିଲେ ଦୁଇ ପଞ୍ଜାବୀ ଝିଅ

171 Views

ମୋଗା: ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ‘ମିଥ୍ୟା ମାମଲା’ରେ ରାଷ୍ଟ୍ରପତି କୋବିନ୍ଦଙ୍କ ସହଯୋଗ ଲୋଡ଼ି ନିଜ ରକ୍ତରେ ଚିଠି ଲେଖିଛନ୍ତି ପଞ୍ଜାବର ମୋଗା ସହରର ଦୁଇ ଜଣ ଝିଅ।

ଚିଠିରେ ଦୁହେଁ ଲେଖିଛନ୍ତି ଯେ ଅଭିଯୋଗକାରୀମାନେ ସେମାନଙ୍କ ବିରୋଧରେ କବୁତରବାଜି (ପାରାବାଜି) ଓ ଠକେଇ ଅଭିଯୋଗ ଦାଏର କରିଥିବାରୁ ସେମାନେ କିଛି ଦିନ ହେବ ଭୟଭୀତ ହୋଇ ରହିଛନ୍ତି। ନ୍ୟାୟ ନ ମିଳିଲେ ସେମାନଙ୍କ ପୂରା ପରିବାରକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳୁ ବୋଲି ସେମାନେ ଦାବି କରିଛନ୍ତି।

ନିଶା ଓ ଅମନଜୋତ୍‌ କୌର୍‌ ଗଣମାଧ୍ୟମକୁ କହିଛନ୍ତି: କବୁତରବାଜି ଏବଂ ଠକେଇ ଭଳି ଦୁଇଟି ମାମଲା ଧାରା ୪୨୦ରେ ସେମାନଙ୍କ ବିରୋଧରେ ଦାଏର ହୋଇଛି। ଆମକୁ ମିଛରେ ଫସାଇ ଦିଆଯାଇଛି ବୋଲି ପୁଲିସକୁ କହିବା ସତ୍ତ୍ୱେ ସେମାନେ ଶୁଣୁ ନାହାନ୍ତି। ନ୍ୟାୟ ନ ମିଳିଲେ ଆମ ପରିବାରର ସମସ୍ତଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ଅନୁମତି ମିଳୁ ବୋଲି ଆମେ ଦାବି କରିଛୁ। ଦୁହିଁଙ୍କ ଅଭିଯୋଗକୁ ମୋଗା ପୁଲିସ ଡିଏସ୍‌ପି କୁଲଜିନ୍ଦର ସିଂହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦୁଇ ଝିଅଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

By amfnews

Related Post