Sat. Jan 4th, 2025

ରିମ୍ସର ୩୫ତମ ପ୍ରତିଷ୍ଠା ଦିବସ ଓ ଅଷ୍ଟପ୍ରହରୀ ଅନୁଷ୍ଠିତ

By amfnews Nov 22, 2018 #Featured
180 Views

ରାଉରକେଲା, ୨୨ା୧୧  : ରିମ୍ସ ପରିସରରେ ଆଜି ଏକ ଭୌତିକ ଓ ଅଧ୍ୟାତ୍ମିକ ଚେତନାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଛି । ରିମ୍ସର ପ୍ରତିଷ୍ଠା ଉପଲକ୍ଷେ ଏକ ଅଷ୍ଟପ୍ରହରୀ ନାମଯଜ୍ଞ ଆୟୋଜନ କରାଯାଇଥିଲା । ଉତ୍ସବରେ ପରିଚାଳନା ପରିଷଦ ସମ୍ପାଦକ ଆର୍ଯ୍ୟ ପଟ୍ଟନାୟକ କର୍ତ୍ତା ଭାବେ ଯୋଗ ଦେଇଥିଲେ । ୧୯ ତାରିଖ ଦିନ ଶ୍ରୀ ପଟ୍ଟନାୟକ ରିମ୍ସର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, କୀର୍ତ୍ତନ ମଣ୍ଡଳୀ ସହ ଅତ୍ୟନ୍ତ ନିଷ୍ଠାପର ଭାବେ କଳସ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

୨୦ ତାରିଖ ସକାଳ ୭ଟା ବେଳେ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଆଜି ଅର୍ଥାତ୍ ୨୧ ତାରିଖ ଦିନ ଉଦ୍ଯାପିତ ହୋଇଥିଲା । ସମଗ୍ର ବିଶ୍ୱ ଯେତେବେଳେ ବସ୍ତୁବାଦର କଳୁଷିତ ବାତାବରଣରେ ଅଣନିଃଶ୍ୱାସୀ ଓ ଆଧ୍ୟାତ୍ମିକବାଦର ରାହା ଖୋଜୁଛି ରିମ୍ସ ବିଗତ ୭୨ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକବାଦର ରଜ୍ଜୁରେ ବାନ୍ଧି ଆସୁଛି । ରିମ୍ସର ପ୍ରଥମ ଚେୟାରମ୍ୟାନ ସ୍ୱର୍ତ ସୌର୍ଯ୍ୟ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇଛି । ୨୦ ତାରିଖ ଦିନ ଏକ ଆନନ୍ଦ ବଜାରର ଆୟୋଜନ କରାଯାଇଥିଲା । ଏଥିôରେ ପ୍ରାୟ ୧୦୦୦ ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ନାମଯଜ୍ଞର ସଫଳତା ପାଇଁ ରିମ୍ସ ପରିଚାଳନା କମିଟି ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ଓ ଉପଦେଷ୍ଟା ରୀତା ପଟ୍ଟନାୟକ କର୍ମଚାରୀ ଓ ଶ୍ରଦ୍ଧାଳୁମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

By amfnews

Related Post