Sun. Mar 8th, 2026

ରାହୁଲ ଗାନ୍ଧୀ କୌଣସି ପଡୋଶୀ ଦେଶରୁ ଆଗାମୀ ନିର୍ବାଚନ ଲଢିବେ : କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ୍‌

253 Views

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଟିପ୍ପଣୀ କରି କହିଛନ୍ତି ଯେ ରାହୁଲ କୌଣସି ପଡୋଶୀ ଦେଶରୁ ଆଗାମୀ ନିର୍ବାଚନ ଲଢିବେ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁ ଦୁଇଟି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି, ସେଠାରୁ ତାଙ୍କର ହାରିବା ନିଶ୍ଚିତ। ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଥି ଓ କେରଳର ବାୟନାଡରୁ ପରାଜିତ ହେବେ ବୋଲି ସେ କହିଛନ୍ତି। ପୀୟୁଷ ଗୋଏଲ୍‌ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏଥର ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିବେ। ଠିକ୍‌ ସେହିପରି ବାୟନାଡରୁ ମଧ୍ୟ ରାହୁଲଙ୍କ ପରାଜୟ ସୁନିଶ୍ଚିତ। ରାହୁଲଙ୍କ ଭିତରେ ବାମଦଳଙ୍କ ବିରୋଧରେ ମୁହଁ ଖୋଲିବାର ସାହସ ନାହିଁ।

ପୀୟୁଷ ଗୋଏଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେତେବେଳେ ଜାଣିପାରିଲେ ସେ ଯେ ଆମେଥିରୁ ହାରିବେ,ସେତେବେଳେ ପରାଜୟ ଭୟରେ ବାୟନାଡ ଚାଲିଯାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବାୟନାଡରେ ପ୍ରାର୍ଥୀପତ୍ର ଦାଖଲ କରିବା ଅବସରରେ କହିଥିଲେ ଯେ ରାହୁଲ ଗାନ୍ଧୀ ବାମ ଦଳ ବିପକ୍ଷରେ ଗୋଟିଏ ବି ଶଦ୍ଦ କହିବେ ନାହିଁ।

By amfnews

Related Post