Wed. Mar 11th, 2026

ରାହୁଲଙ୍କୁ ରାଜନାଥଙ୍କ ପ୍ରଶ୍ନ-ଶସ୍ତ୍ର ପୂଜାରେ ରାଫେଲ ଉପରେ ‘ଓଁ ’ନୁହେଁତ କ’ଣ ଲେଖିଥାନ୍ତି

387 Views

ନୂଆଦିଲ୍ଲୀ  : ଯୁଦ୍ଧ ବିମାନ ରାଫେଲ ଉପରେ ଶସ୍ତ୍ର ପୂଜାକୁ ନେଇ ଚାଲିଥିବା ବୟାନବାଜି ଉପରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀକୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଶସ୍ତ୍ର ପୂଜାରେ ଓଁ ଲେଖିବିନିତ କଣ ଲେଖିଥାନ୍ତି ? ହରିୟାଣାର ଏକ ନିର୍ବାଚନ ରାଲିରେ ସାଧାରଣ ଲୋକଙ୍କୁ ସମ୍ବୋଧ କରିବା ଅବସରରେ ରାଜନାଥ ସିଂହ ରାଫେଲ ବିବାଦ ଉପରେ ପ୍ରଶ୍ନ ଉଠାଇ ଏମିତି ଟାର୍ଗେଟ କରିଥିଲେ। ରାଜନାଥ ସିଂହ କହିଥିଲେ ଯେ, ବିଜୟା ଦଶମୀରେ ଶସ୍ତ୍ର ପୂଜା ପରମ୍ପରା ରହିଛି।

ଯେତେବେଳେ ମୁଁ ରାଫେଲ ଉପରେ ଓଁ ଲେଖିଲି ତେବେ ଲୋକେ ପଚାରିଲେ ଆପଣ କାହିଁକି ଓଁ ଲେଖିଲେ ? ମୁଁ ରାହୁଲ ଗାନ୍ଧିଙ୍କୁ ପଚାରିବାକୁ ଚାହେଁ ଶସ୍ତ୍ର ପୂଜାରେ ଓଁ ନୁହେଁତ ଆଉ କଣ ଲେଖିଥାନ୍ତି ? ଏଥିସହ ରାଜନାଥ ଜମ୍ମୁକାଶ୍ମୀର ପ୍ରସଙ୍ଗକୁ ନେଇ କଂଗ୍ରେସକୁ ନିଶାନା କରିଥିଲେ। ରାଜଜନାଥ କହିଛନ୍ତି ଯେ, ଜମୁ କାଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା।

ମୁଁ  ପଚାରିବାକୁ ଚାହେଁ  ଜମୁ କାଶ୍ମୀରକୁ କଣ କଂଗ୍ରେସ ଆନ୍ତର୍ଜାତୀୟ ପ୍ରସଙ୍ଗ ତିଆରି କରିବା ପାଇଁ ଚାହେଁ ? ସୂଚନା ଅନୁଯାୟୀ ରାଜନାଥ ରାଫେଲ ବିମାନକୁ ଆଣିବା ପାଇଁ ଫ୍ରାନ୍ସ ଯାଇ ସେଠାରେ ଶସ୍ତ୍ର ପୂଜା କରିଥିଲେ। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଠାଇଥିଲେ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ସମାଲୋଚନା କରିଥିଲେ।

By amfnews

Related Post