Wed. May 21st, 2025

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପତ୍ନୀକୁ ହତ୍ୟା କରି ଶବ ସତ୍କାର ପାଇଁ ଦୁଇଦିନର ଛୁଟି ମାଗିଲେ ଏହି ବ୍ୟାଙ୍କ୍‌ କର୍ମଚାରୀ, ଜାଣନ୍ତୁ ଘଟଣା ପଛର ରହସ୍ୟ

By amfnews Jan 22, 2019 #Featured
296 Views

ପାଟନା, ଜାନୁଆରୀ ୨୨ : ପ୍ରାୟତଃ ଚାକିରୀ କ୍ଷେତ୍ରରେ କଥା କହିବାକୁ ଗଲେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ଅଧିକ ଥାଏ ବୋଲି ଅନେକ ସମୟରେ ଅଭିଯୋଗ ଆସିଛି। କିନ୍ତୁ ବିହାରରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ବ୍ୟାଙ୍କ କର୍ମଚାରୀ କାମରେ ଚାପ ଅଧିକ ଥିବା ହେତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିଜ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ୨ ଦିନର ଛୁଟି ମାଗିଛନ୍ତି।

ଏମିତି ଏକ ଘଟଣା ବକ୍ସର ଜିଲ୍ଲାରେ ଘଟିଛି। ମୁନ୍ନା ପ୍ରସାଦ ବିହାର ଗ୍ରାମ୍ୟ ବ୍ୟାଙ୍କରେ ବ୍ରାଞ୍ଚ ମ୍ୟାନେଜର ପଦରେ କାର୍ଯ୍ୟରତ ଅଛନ୍ତି । ପତ୍ନୀଙ୍କ ଚିକିତ୍ସା ପାଇଁ ଛୁଟି ନ ମିଳିବାରୁ ମୁନ୍ନା ପ୍ରସାଦ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଡିଏମକୁ ଚିଠି ଲେଖିଛନ୍ତି । ସେହି ଚିଠିରେ ମୁନ୍ନା ଉଲ୍ଲେଖ କରିଛନ୍ତି କି, ’ଆଜ୍ଞା ମୋ ସ୍ତ୍ରୀର ଦେହ ଖରାପ ଅଛି । ତାର ଚିକିତ୍ସା ପାଇଁ ମୋତେ ଛୁଟି ମିଳୁ ନାହିଁ । ମୁଖ୍ୟ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ ଛୁଟିକୁ ପ୍ରତ୍ୟାଖାନ କରିଛନ୍ତି । ଅନୁରୋଧ କରିବାରୁ ସେ ଶବ ସତ୍କାର କରିବାବେଳେ ଛୁଟି ଦେବା କଥା କହିଲେ । ଏହି କାରଣରୁ ମୋତେ ଦୁଇ ଦିନ ଛୁଟି ପ୍ରଦାନ କରନ୍ତୁ । ସେହି ଦିନରେ ମୁଁ ମୋ ସ୍ତ୍ରୀର ହତ୍ୟା କରି ତାର ସତ୍କାର କରିବି । ସବୁବେଳେ ଏପରି ଚିନ୍ତିତ ହୋଇ କାମ କରିବାଠୁ ଭଲ ରୋଗୀଣା ସ୍ତ୍ରୀକୁ ହତ୍ୟା କରି ତାର ଶବ ସତ୍କାର କରି ଦେବା।’

ବରିଷ୍ଠ ଅଧିକାରୀଙ୍କୁ ଯେତେବେଳେ ଏହି ଘଟଣା ଜଣାପଡ଼ିଲା, ତରବରିଆ ହୋଇ ମୁନ୍ନା ପ୍ରସାଦଙ୍କୁ ଛୁଟି ଦେବାକୁ ଅନୁମତି ପ୍ରଦାନ କରାଯାଇଛି ।

By amfnews

Related Post