Tue. Mar 10th, 2026
213 Views

ଜୟପୁର : ରାତି ପାହିଲେ ଦକ୍ଷିଣ ଭାରତୀୟଙ୍କ ବଡ଼ ପର୍ବ ପୋଙ୍ଗଲ ତଥା ମକର ସଂକ୍ରାନ୍ତି ପାଳନ ହେବ। ହେଲେ ଆଜିଠୁ ଜମିଲାଣି ପୋଙ୍ଗଲ ପର୍ବର ଧୁମ୍‌। ଦୂରଦୁରାନ୍ତରେ ଥିବା ସମସ୍ତ ବନ୍ଧୁ ପରିଜନ ଘରେ ପହଞ୍ଚିଲେଣି।  ଆଜି ଭୋଗୀ ତଥା ଲହରୀ ପାଳନ କରାଯାଉଛି। ଗତରାତିଠାରୁ ତେଲୁଗୁ ସମ୍ପ୍ରଦାୟର ଯୁବକ ଓ ବୟସ୍କ ସମସ୍ତେ କାଠ ପ୍ରସ୍ତୁତ କରି ନିଆଁ ଜାଳିଛନ୍ତି।

ଏହି ଉତ୍ସବକୁ ଜୟପୁର ସହରରେ ବେଶ ଜାକଜମକରେ ପାଳନ କରାଯାଇଛି। ଆସନ୍ତାକାଲି ମକର ସଂକ୍ରାନ୍ତି ଅବସରରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବା ସହ ନୂଆ ଖାଇବେ ଦକ୍ଷିଣ ଭାରତୀୟ ଲୋକେ। ଏହାସହ ପିଠା ପଣାର ଆସର ମଧ୍ୟ ଜମିବ। ଆଉ ତୃତୀୟ ଦିନରେ କାନୁମୁ ତଥା ଛାଡ଼ ଖାଇ ପାଳନ ହେବ।

By amfnews

Related Post