Fri. Nov 29th, 2024

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢ଼ିଲା ମହଙ୍ଗା ଭତ୍ତା

By amfnews Feb 14, 2020 #Featured
107 Views

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି କରାଯାଇଛି। ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ  ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ବକେୟା ୧୦% ପ୍ରଦାନ ନେଇ ଘୋଷଣା କରିଥିଲେ ସରକାର। ହେଲେ ବକେୟା ଦରମାର ୧୦% ଓ ମହଙ୍ଗା ଭତ୍ତା ୫% ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି।

By amfnews

Related Post