Wed. Jan 1st, 2025

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁନି ଅଟୋ, ରିକ୍ସା ଦ୍ୱାରା ଯାତାୟତ କରୁଛନ୍ତି ଯାତ୍ରୀ

By amfnews Jun 7, 2018 #Featured
394 Views

ଭୁବନେଶ୍ୱର, ଜୁନ ୦୭:ଓଡିଶା ଅଟୋ, ଟ୍ୟାକ୍ସି ମହାସଂଘ ଦେଇଥିବା ୧୨ ଘଣ୍ଟିଆ(ସକାଳ ୬ ରୁ ସଂଧ୍ୟା ୬ଟା) ଧର୍ମଘଟ ଡାକରାର ପ୍ରଭାର ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ରାଜଧାନୀ ସମେତ କଟକ, ପୁରୀ, ରାଉରକେଲା, କେନ୍ଦୁଝର, ବାଲଶ୍ୱର,  ଜଗତସିଂହପୁର ଏଭଳି ଅଧାରୁ ଅଧିକ ଜିଲ୍ଲାରେ ଅଟୋ ଓ ଟ୍ୟାକ୍ସି ସେବା ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଯଦ୍ୱାରା କେବଳ ସାଧାରଣ ଲୋକ ନୁହଁ ବଡ ବଡ ଲୋକ ମଧ୍ୟ ହଇରାଣ ହରକତ ହେଉଛନ୍ତି। ବିଶେଷକରି ରାଜଧାନୀର ଏୟାରପୋର୍ଟ, ବସଷ୍ଟାଣ୍ଡ, ରେଳ,ଷ୍ଟେସନ, ମେଡିକାଲ, କଟକର ବାଦାମବାଡି ବସଷ୍ଟାଣ୍ଡ ଓ ଷ୍ଟେସନକୁ ଯିବାଆସିବା କରୁଥିବା ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।

ତେବେ ଏଭଳି ସମୟରେ ଯାତ୍ରୀମାନେ ନିର୍ଭର କରୁଥିବା ଓଲା ଉବେର ମଧ୍ୟ ଠପ୍ ହୋଇଯାଇଛି। ଅଟୋ ଓ ଟ୍ୟାକ୍ସି କର୍ମଚାରୀମାନେ ଏହି କମ୍ପାନୀର ଗାଡି ଚଳାଚଳକୁ ବିରୋଧ କରି ସେମାନଙ୍କୁ ଅଟକାଉଥିବାରୁ ସେମାନେ ଅନ୍ୟତ୍ର ଯିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ସହରରେ ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ସହାୟ ହେଉଥିବା ତିନି ଓ ଚାରି ଚକିଆ ସରକାରୀ ଓ ବେସରକାରୀ ଲକ୍ଷାଧିକ ଗାଡି ଅଟକି ରହିଛି । ଏଭଳି ସମୟରେ ଯାତ୍ରୀଙ୍କ ସାଥ୍ ଦେଇଛି ତିନି ଚକିଆ ସାଇକେଲ ରିକ୍ସା । ଟିକେ ବିଳମ୍ବ ହେଉଥିଲେ ମଧ୍ୟ ସଠିକ୍ ସମୟରେ ଯାତ୍ରୀଙ୍କୁ ନିଜ ସାଇକେଲ ମାଧ୍ୟମରେ ଠିକଣା ସ୍ଥାନରେ ପହଞ୍ଚାଇ ପାରୁଛନ୍ତି ରିକ୍ସା ଚାଳକ। ଦୀର୍ଘଦିନ ପରେ ସେମାନେ କିଛି ଟଙ୍କା ରୋଜଗାର କରିପାରୁଥିବା ରିକ୍ସା ଚାଳକ ମାନେ କହିଛନ୍ତି। ଯାତ୍ରୀମାନେ ମଧ୍ୟ ଏହି ସୁବିଧା ଦ୍ୱାରା ଉପକୃତ ହୋଇପାରୁଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ପଟେ ଅଟୋ ଚାଳନାକୁ ନିଷେଧ କରି ଦେଢ଼ଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ଧ୍ୱଂସ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଉଥିବା ଅଟୋ ସଂଘର କର୍ମକର୍ତ୍ତାମାନେ ଅଭିଯୋଗ ଆଣିଥିବା ବେଳେ ଅନୁରୂପ ଅଭିଯୋଗ ଆଣିଛନ୍ତି ରିକ୍ସା ଚାଳକ। ତେବେ ସେମାନେ ସରକାର ନୁହଁ ଆଜି ଧର୍ମଘଟ ଡାକରା ଦେଇଥିବା ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଉପରେ ଅଭିଯୋଗ କରିଛନ୍ତି।  ସେମାନଙ୍କ ରୋଜଗାରରେ ଅଟୋ ଓ ଟ୍ୟାକ୍ସି ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ଏବେ ସେମାନେ କେବଳ ସ୍କୁଲ ପିଲାଙ୍କୁ ନେବା ଆଣିବା ଓ ପରିବହନ ପାଇଁ ରିକ୍ସା ବ୍ୟବହାର କରୁଥିବା କହିଛନ୍ତି।  ତେବେ ଆଜିର ପ୍ରତିବାଦ ନେଇ ସେମାନେ କେବଳ ଅଟୋ କର୍ମଚାରୀ ନୁହଁ ସମସ୍ତଙ୍କୁ ମଧ୍ୟ ସମାନ ସୁବିଧା ଦିଆଯିବାକୁ ଦାବି କରିଛନ୍ତି।

By amfnews

Related Post