Sun. Mar 8th, 2026

ରାଜ୍ୟର ଆଉ ଦୁଇଟି ହସ୍ପିଟାଲରେ କରୋନା ଟେଷ୍ଟ ଆରମ୍ଭ

210 Views

ଭୁବନେଶ୍ୱର : ରାଜ୍ୟର ଆଉ ଦୁଇଟି ହସ୍‌ପିଟାଲ୍‌ରେ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଗତକାଲିଠାରୁ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସରେ ଏହି ଟେଷ୍ଟ ଆରମ୍ଭ କରାଯାଇଛି। ଉଭୟ ସ୍ଥାନରେ ଟେଷ୍ଟ ଆରମ୍ଭ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଏହାପୂର୍ବରୁ  ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ(ଏମ୍‌କେସିଜି) କୋଭିଡ୍-୧୯ ସାମ୍ପଲ ଟେଷ୍ଟ ହେବା ନେଇ ସରକାର ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

By amfnews

Related Post