Sat. Nov 2nd, 2024

ରାଜ୍ୟରେ ଗରିବ ଚିହ୍ନଟ ନେଇ ଉତ୍ତର ରଖିଲେ ମନ୍ତ୍ରୀ

By amfnews Jun 27, 2019 #Featured
105 Views

ଭୁବନେଶ୍ୱର : ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି। ସେ  କହିଛନ୍ତି,“୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ।  ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଚିହ୍ନ ହୋଇଥିଲେ। ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ଥିଲା ୪୦୭ ଟଙ୍କା।  ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ଥିଲା  ୪୯୭ ଟଙ୍କା ।  ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୬୯୫ ଟଙ୍କା ଥିଲା। ତେବେ ୨୦୧୧-୧୨ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୮୬୧ ଟଙ୍କା ରହିଥିଲା।” ଆଜି ବିଧାନସଭାର ପ୍ରଶ୍ନକାଳରେ ମୋହନ ମାଝୀଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।

By amfnews

Related Post