Sat. Mar 7th, 2026

ରଥାଯାତ୍ରା ଲାଗି ଗୃହୀତ ପଦକ୍ଷେପର ସଫଳତା ପାଇଁ ପୁରୀବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

193 Views

ପୁରୀ: ଶୁକ୍ରବାର ପୂର୍ବାହ୍ନରେ ପୁରୀ ସହରସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ରଥଯାତ୍ରା ନିମନ୍ତେ ଶେଷ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୂର୍ବାହ୍ନ ୧୧: ୧୫ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨: ୦୦ ଶେଷ ହୋଇଥିବା ଏହି ବୈଠକରେ ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରାଯାଇଛି। ବିଶେଷକରି, ରାସ୍ତାଘାଟ, ବିଜୁଳି, ଆଇନ-ଶୃଙ୍ଖଳା, ଡ୍ରେନେଜ୍‌ ଆଦି ସଂକ୍ରାନ୍ତ ପୂର୍ବ ପ୍ରସ୍ତୁତି ଉପରେ ସବିଶେଷ ଆଲୋଚନା ହୋଇଥିଲା।

ରଥଯାତ୍ରା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସଫଳତା ଲାଗି ପୁରୀ ଜନସାଧାରଣଙ୍କ ସହଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି।

ପଞ୍ଚାୟତରାଜ, ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀମନ୍ଦିରର ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ଜିଲ୍ଲା ଓ ପୁଲିସ ପ୍ରଶାସନର ଉଚ୍ଚସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।

By amfnews

Related Post