Thu. Dec 26th, 2024

ଯାଜପୁର ଜିଲ୍ଲାରେ ସ୍ୱଚ୍ଛ ଭାରତ ଅଭିଯାନ ବିଫଳ: ଦାୟୀ କିଏ?

By amfnews Aug 27, 2018 #Featured
300 Views

ଯାଜପୁର: ଯାଜପୁର ଜିଲ୍ଲାରେ ସ୍ୱଚ୍ଛ ଭାରତ ଅଭିଯାନ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ବିଭିନ୍ନ ଗରୀବ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ପରି ଏହି ଯୋଜନାରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ଦୁର୍ନିତିଖୋର ମନୋଭାବ ହିଁ ଯାଜପୁର ଜିଲ୍ଲାରେ ସ୍ୱଚ୍ଛ ଭାରତ ଯୋଜନା ଅଭିଯାନ ବିଫଳତାର ମୂଳ କାରଣ ସାଜିଛି । ପ୍ରଶାସନିକ ଅଧିକାରୀଙ୍କ ସହ କ୍ଷମତାସୀନ ନେତା ହାତ ମିଳାଇ ରାଧେ ରାଧେ ଅଧେ ଅଧେ ନୀତିରେ ଏହି ଦୁର୍ନିତିରେ ସାମିଲ ହୋଇଥିବାରୁ ବେଧଡକ ଏଭଳି ଦୁର୍ନିତି ଚାଲିଛି । ଖାଲି ଲୋକ ଦେଖାଣିଆ ଭାବେ ଏଥିନେଇ କେତେକ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲେ ବି ବାସ୍ତବରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ସମୁଦାୟ ପ୍ରକିୟାରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ବ କରି କ୍ଷମତାସୀନ ନେତା, ବିଭାଗୀୟ ଅଧିକାରୀ ନିଜର କର୍ତ୍ତବ୍ୟ କରିବାରେ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ସାଧାରଣରେ ଆଲୋଚନା ହୋଇ ଘୋର ଉଦବେଗ ପ୍ରକାଶ ପାଉଛି ।

ଯାଜପୁର ଜିଲ୍ଳ୍ାରେ ମୋଟ ୩୬୧୧୨୬ ପରିବାର ମଧ୍ୟରୁ ୨୦୨୦୦୪ ଙ୍କର ଶୈାଚାଳୟ ରହିଚ୍ôଥି । ଅବଶିଷ୍ଟ ୧୫୯୧୨୨ ଗୃହରେ ଶୈାଚାଳୟର ବ୍ୟବସ୍ଥା କରିବାକୁ ପଡିବ । ଏଥିରେ ବଡଚଣା ବ୍ଳକରେ ୨୫୫୩୫, ବରୀରେ ୧୧୨୫୬, ବିଂଝାରପୁରରେ ୨୩୪୨୨, ଧର୍ମଶାଳାରେ ୧୬୬୭୮. ଦାନଗଦୀରେ ୧୨୮୫୬, ଦଶରଥପୁରରେ ୧୯୦୫୩, ଯାଜପୁରରେ ୧୬୪୮୦, କୋରେଇରେ ୧୩୮୭୨, ରସୁଲପୁରରେ ୭୭୯୦ ଓ ସୁକିନ୍ଦାରେ ୧୨୧୮୦ ଟି ଶୈାଚାଳୟ ନିର୍ମାଣର ଲକ୍ଷ୍ୟଧାର୍ଯ୍ୟ ରହିଚ୍ଥି । ସରକାରୀ ଭାବେ ଏହି ହିସାବ ପ୍ରକାଶ କରାଯାଉ ଥିଲେ ବି ବାସ୍ତବ କ୍ଷେତ୍ରରେ ଏତିକି ପରିମାଣର ଶୌଚାଳୟ ନିର୍ମାଣ କରାଯାଇ ନାହିଁ ।

ପ୍ରତ୍ୟେକ ଶୈାଚାଳୟ ପିଚ୍ଥା ବାର ହଜାର ଟଂକାର ବ୍ୟବସ୍ଥା ମଧ୍ୟ କରାଯାଇଚ୍ଥି । ଏହି ଅନୁଦାନ ପ୍ରଦାନ ପୂର୍ବରୁ ବିଭାଗୀୟ ଅଧିକାରୀ ମାନେ ପ୍ରତ୍ୟେକ ଶୈାଚାଳୟ ପିଛା ୨ ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଲାଂଚ ଦାବି କରୁଛନ୍ତି । ଏହି ପରିମାଣର ଅର୍ଥ ପ୍ରଦାନ କରୁଥିବା ହିତାଧିକାରୀ ମାନେ ଶୌଚାଳୟ ନିର୍ମାଣ ନକରି ବି ବିଲ ପାଇ ଯାଉଛନ୍ତି । ହେଲେ ଏହି ଅର୍ଥ ଦେଉନଥିବା ଲୋକମାନେ ଶୈାଚାଳୟ ନିର୍ମାଣ କରିବା ପରେ ବି ସେମାନଙ୍କୁ ବିଲ ପ୍ରଦାନ କ୍ଷେତ୍ରରେ ବିଭିନ୍ନ ପ୍ରକାର କଟକଣା ସହ ହଇରାଣ କରାଯାଉଛି । ସେଥିପାଇଁ କାଗଜପତ୍ରରେ ଶୈଚାଳୟ କରି ବିଲ ପାଇଥିବା ଅନେକ ପଡିଶା ଘରର ଶୈଚାଳୟକୁ ଦେଖାଇ ବିଲ ପାଇଥିବା ବେଳେ ଅନେକ ଆଦୌ ଶୌଚାଳୟ ନକରି ବି ବିଲ ପାଇଛନ୍ତି ।

ଏବେ ସରକାର ଶୌଚାଳୟ ନିର୍ମାଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ସରକାରଙ୍କ ଏଭଳି ଏକ ଗୁରୁତ୍ୱପୂଣ୍ଣ ଏବଂ ଲୋକାଭିମୁଖୀ କାର୍ଯ୍ୟର ଅଗ୍ରଗତି ନେଇ ଯାଜପୁର ଜିଲ୍ଲାର ଜିଲ୍ଲାପାଳ କିମ୍ବା ଉଚ୍ଚ ଅଧିକାରୀ ଅଚାନକ କ୍ଷେତ୍ର ପରିଦର୍ଶନ କରିନାହାନ୍ତି । ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ନେଇ ଜିଲ୍ଲା ସ୍ତରର ପ୍ରଶାସକ ମାନେ କ୍ଷେତ୍ର ପରିଦର୍ଶନ ସହ ଗାଁରେ ରାତ୍ର ଯାପନ ପରି ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ଯାଜପୁର ପରି ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ କେଉଁ ବରିଷ୍ଠ ଅଧିକାରୀ ମାନେ ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରିଥିବାର ମଧ୍ୟ ନଜିର ନାହିଁ । ଏବେ ସରକାରଙ୍କ ନାଲିଆଖି ଦେଖିବା ପରେ ଯୋଜନାର ସଫଳତା ନେଇ ବୈଠକ ଜରିଆରେ ତତ୍ପରତାକୁ ସାଧାରଣରେ ନାପସନ୍ଦ କରାଯାଉଛି । ଦେବଗଡ, ବଲେଶ୍ୱର, ଝାରସୁଗୁଡା ଜିଲ୍ଳ୍ା ଶତକଡା ଶହେ ଭାଗ ସପଂଳତା ପାଇଚ୍ଥନ୍ତି । ଯାଜପୁର ଜିଲ୍ଳ୍ା ବର୍ତ୍ତମାନ ସୁଦ୍ଧା ଶତକଡା ୫୬ ଭାଗ ସପଂଳତା ହାସଲ କରିଥିବାର କାଗଜପତ୍ରରେ ଦର୍ଶାଯାଇଥିବା ବେଳେ ଅକ୍ଟୋବର ୨ ସୁଦ୍ଧା ଆଊ ୪୪ ଭାଗର ସପଂଳତା ହାସଲ ଲାଗି ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନର କୁମ୍ବକର୍ଣ୍ଣ ନିଦ୍ରା ଭାଙ୍ଗିଛି ।

ସ୍ୱଚ୍ଚ୍ଥତା ଆମ ସମସ୍ତଙ୍କ ଲକ୍ଷ୍ୟ କିନ୍ତୁ ଏହାର ଊତ୍ତର ଦାୟିତ୍ୱ କେହି ନେଊ ନ ଥିବାରୁ ସ୍ୱଚ୍ଚ୍ଥ ଭାରତ ଅଭିଯାନ ଶିଥିଳ ହୋଇପଡୁଚ୍ଥି । ଶୁକ୍ରବାର ଅପରାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ସ୍ୱଚ୍ଚ୍ଥ ଭାରତ ମିଶନର ପରିଚାଳନା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ା ପରିଷଦ ସଭାପତି ଗାନ୍ଧି ଜୟନ୍ତୀ ସୁଦ୍ଧା ଆମ ଜିଲ୍ଳ୍ାରେ ଶତକଡା ଶହେ ଭାଗ ଶୈାଚାଳୟ ନିର୍ମାଣର ଲକ୍ଷ୍ୟଧାର୍ଯ୍ୟ ଥିବାରୁ ଏହାକୁ ଯେପରି ହାସଲ କରାଯାଇପାରିବ ସେଥିପ୍ରତି ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଯାଜପୁର ଜିଲ୍ଳ୍ାପାଳ ସରକାର ସ୍ୱଚ୍ଚ୍ଥ ଭାରତ ପାଇଁ ତାରିଖ ନିର୍ଦ୍ଧାରିତ କରିସାରିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସପଂଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅବହେଳା କ୍ଷେତ୍ରରେ କାହାକୁ ମଧ୍ୟ କ୍ଷମା କରାଯିବ ନାହିଁ ବୋଲି କଡା ଚେତାବନୀ ଦେଇଥିଲେ । ଶୈାଚାଳୟ ନିର୍ମାଣ ପରେ ପ୍ରାପ୍ୟ ପ୍ରଦାନକୁ କୈାଣସି ପରିସ୍ଥିତିରେ ବିଳମ୍ୱ ନ କରିବାକୁ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେବା ସହ କୈାଣସି ହିତାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଅଯଥା ବିଳମ୍ୱ ବା ହିତାଧିକାରୀଙ୍କୁ ହଇରାଣ କରାଯାଊଥିଲେ ସଂପୃକ୍ତ ଅଧିକାରୀ ବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଲୋକ ପ୍ରତିନିଧି ଓ କମିଟିର ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

By amfnews

Related Post