136 Views
ଦିଲ୍ଲୀ,ଡିସେମ୍ବର 25 : ଏଣିକି ମାଗଣାରେ ଚିକିତ୍ସା ହୋଇପାରିବେ ଜାମ୍ମୁ-କାଶ୍ମୀର ଲୋକମାନେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନୁସାରେ ତାଲିକାଭୁକ୍ତ ଯେ କୌଣସି ହସ୍ପିଟାଲରେ ଲୋକେ ମାଗଣାରେ ଚିକିତ୍ସା କରାଇ ପାରିବେ ।
ମାଗଣା ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟର ୨୨୯ ସରକାରୀ ଏବଂ ୩୫ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସ୍ରେ ପ୍ରତି ପରିବାରଙ୍କୁ ୫ ଲକ୍ଷ ଟଙ୍କାର କଭର ପ୍ରଦାନ କରାଯିବ।