Tue. Dec 24th, 2024

ମୁଲାୟମଙ୍କୁ କ୍ଲିନ ଚିଟ ଦେଲା ପୋଲିସ, ଅଧିକାରୀ ଅମିତାଭଙ୍କ ବିରୋଧରେ ତଦନ୍ତ ଆଦେଶ

By amfnews Oct 16, 2018 #Featured
234 Views

ନୂଆଦିଲ୍ଲୀ, ଅକ୍ଟୋବର ୧୬ : ଉତ୍ତରପ୍ରଦେଶ ପୋଲିସ ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କୁ ଫୋନରେ କଥିତ ରୂପେ ଧମକ ଦେବା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ସୋମବାର ପୁଣି ଥରେ କ୍ଲିନ ଚିଟ ଦେଇଛି । ପୋଲିସ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଆନନ୍ଦ ପ୍ରକାଶ ସିଂହଙ୍କ ଅଦାଲତରେ ଏହି ମାମଲାରେ ନିଜର ଅନ୍ତିମ ରିପୋର୍ଟ ଦାଖଲ କରି ଆଗ୍ରହ ପ୍ରକାଶ କରିଛନ୍ତି ଯେ, ଅଭିଯୋଗକର୍ତ୍ତା ଆଇପିଏସ ଅଧିକାରୀ ଅମିତାଭ ଠାକୁର ବିରୋଧରେ ମୁଲାୟମଙ୍କ ବିରୋଧରେ ‘ମିଛ ପ୍ରାଥମିକ ମାମଲା ରୁଜୁ କରିବା ଅଭିଯୋଗରେ କାର୍ଯ୍ୟକାରୀ ଆଦେଶ ଦିଅନ୍ତୁ ।’

ଯଦି ଠାକୁରଙ୍କ ବିରୋଧରେ ଅଭିଯୋଗ ପ୍ରମାଣ ମିଳିଲା, ତା’ହେଲେ ତାଙ୍କୁ ୬ମାସ ଜେଲଦଣ୍ଡ ଓ ଏକ ହଜାର ଟଙ୍କା ଜରିମାନା ହୋଇପାରେ । ଅଦାଲତ ପୋଲିସର ଅନ୍ତିମ ରିପୋର୍ଟକୁ ରେକର୍ଡରେ ନେଇ ମାମଲାର ଆଗାମୀ ଶୁଣାଣି ପାଇଁ ନଭେମ୍ବର ୧୫ ତାରିଖ ରଖିଛନ୍ତି । ବାଜାର ଖାଲା ପୋଲିସ ଅଧିକାରୀ ଅନିଲ କୁମାର ଯାଦବ ଅଦାଲତରେ ନିଜର ଶେଷ ରିପୋର୍ଟ ଦାଖଲ କରି କହିଛନ୍ତି, ତଦନ୍ତରେ କୌଣସି ଉପଯୁକ୍ତ ପ୍ରମାଣ ମିଳି ନାହିଁ ଯେ, ମୁଲାୟମ ସିଂହ ଅମିତାଭ ଠାକୁରଙ୍କୁ ଧମକାଇ ଥିଲେ ।

ସୂଚନାଯୋଗ୍ୟ ଯେ, ଠାକୁର ୨୦୧୫ ଜୁଲାଇ ୧୦ ହଜରତଗଞ୍ଜ କୋତୱାଲିରେ ରୁଜୁ ହୋଇଥିବା ପ୍ରାଥମିକ ଅଭିଯୋଗରେ କୁହାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ତାଙ୍କୁ ଫୋନରେ ଧମକ ଦେଇଥିଲେ । ପୋଲିସ ଏହି ମାମଲାରେ ପ୍ରଥମ ଥର ୨୦୧୫ ଅକ୍ଟୋବରରେ ଅନ୍ତିମ ରିପୋର୍ଟ ଦାଖଲ କରିଥିଲା କିନ୍ତୁ ଠାକୁର ଏହାକୁ ମୁକାବିଲା କରିଛନ୍ତି । ଅଦାଲତରେ ୨୦୧୬ ଅଗଷ୍ଟ ୨୦ରେ ଅନ୍ତିମ ରିପୋର୍ଟ ଖାରଜ କରିବାକୁ ଯାଇ ପୋଲିସକୁ ମାମଲା ଆଗକୁ ଯାଞ୍ଚ କରିବାକୁ ଆଦେଶ ଦେଇଥିଲେ ।

By amfnews

Related Post