Mon. Jun 16th, 2025

ମୁମ୍ବାଇ ଏୟାର୍‌ପୋର୍ଟରେ ଦିବ୍ୟାଙ୍ଗ ଯୁବତୀଙ୍କୁ ହ୍ଵିଲ୍‌ଚେୟାରୁ ଉଠାଇବା ଘଟନା ପାଇଁ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ

By amfnews Nov 28, 2018 #Featured
215 Views

ନୂଆଦିଲ୍ଲୀ, ନଭେମ୍ବର ୨୮: ସିକ୍ୟୁରିଟି ଚେକ୍‌ ନିମନ୍ତେ ମୁମ୍ବାଇ ଏୟାର୍‌ପୋର୍ଟରେ ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ବଳପୂର୍ବକ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ହ୍ଵିଲ୍‌ଚେୟାର୍‌ରୁ ଉଠାଇବା ଘଟନା ଯୋଗୁଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କ୍ଷମାପ୍ରାର୍ଥନା କରିଛନ୍ତି। ଏହି ଘଟନାର ତଦନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇ ସେ ଟୁଇଟ୍‌ କରିଛନ୍ତି: ସିଆଇଏସ୍‌ଏଫ୍‌ଙ୍କ ଯୋଗୁଁ ସିଏସ୍‌ଆଇଏ ମୁମ୍ବାଇରେ କଷ୍ଟ ସହିଥିବାରୁ ମୁଁ ବାସ୍ତବିକ ଦୁଃଖିତ।

ମୁମ୍ବାଇ ଏୟାର୍‌ପୋର୍ଟରେ ନିରାପତ୍ତା କର୍ମଚାରୀଙ୍କ ବ୍ୟବହାର ବିରୋଧରେ ଟୁଇଟ୍‌ ଯୋଗେ ପ୍ରତିବାଦ କରିଥିଲେ ଭିନ୍ନକ୍ଷମ ଅଧିକାର କର୍ମୀ ବିରାଲି ମୋଦି ଟୁଇଟ୍‌ କରିଥିଲେ।

ବିରାଲି ଅଭିଯୋଗ କରିଛନ୍ତି ଯେ ବଳପୂର୍ବକ ତାଙ୍କୁ ହୁଇଲ୍‌ଚେୟାର୍‌ରୁ ଉଠାଇ ଦେବାରୁ ତାଙ୍କର ଯନ୍ତ୍ରଣା ବଢ଼ି ଯାଇଛି। ସେ କହିଛନ୍ତି: ଜେଟ୍‌ଏୟାର୍‌େଓ୍ଵଜ୍‌ ଯୋଗେ ମୁଁ ମୁମ୍ବାଇରୁ ଲଣ୍ଡନ ଯାଉଥିବା ବେଳେ ସିଆଇଏସ୍‌ଏଫ୍‌ କର୍ମଚାରୀମାନଙ୍କ ବିଚିତ୍ର ଆଚରଣର ଶିକାର ହେଲି। ମୋ ହୁଇଲ୍‌ଚେୟାର୍‌କୁ ସ୍କାନିଙ୍ଗ୍‌ କରିବା ପରେ କାଣ୍ଡଜ୍ଞାନ ରହିତ ମହିଳାଜଣକ ମୋତେ ଠିଆ ହେବାକୁ ବାଧ୍ୟ କରୁଥିଲେ, ମୁଁ ଠିଆ ହୋଇ ପାରିବି ନାହିଁ ବୋଲି ବାରମ୍ବାର କହିବା ସତ୍ତ୍ୱେ। ସେ ମତେ ଠିଆ ହେବାକୁ ବାଧ୍ୟ କରାଇବା ପରେ ଟେକିବେ ବୋଲି କହିଲେ ଏବଂ ମୋ ପିଠିରେ ଥାପୁଡ଼ାଇବା ପାଇଁ ଅନ୍ୟଜଣକୁ ଡକାଇଲେ। ବହୁ ଅନୁନୟ ପରେ ସେ ଜବରଦସ୍ତି ମୋ ଗୋଡ଼ ଉଠାଇବାରୁ ଭୀଷଣ ବିନ୍ଧା ହେଲା।

କିନ୍ତୁ, ଏ ଅଭିଯୋଗକୁ ସିଆଇଏସ୍‌ଏଫ୍‌ ଅସ୍ୱୀକାର କରି କହିଛି, ଧାରା ଅନୁସାରେ ତାଙ୍କର ଯାଞ୍ଚ କରାଯାଇଛି। ସେଥିଯୋଗୁଁ ଯଦି କିଛି ଅସୁବିଧା ହୋଇଛି, ତାହା ଅନିଚ୍ଛାକୃତ। ନିରାପତ୍ତା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ସିଆଇଏସ୍‌ଏଫ୍‌ମ ଦିବ୍ୟାଙ୍ଗମାନଙ୍କୁ ସସମ୍ମାନ ଯାଞ୍ଚ କରନ୍ତି।

By amfnews

Related Post