Fri. Dec 27th, 2024

ମୁଜାଫରପୁର କାଣ୍ଡ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପଟିଆଲା ଜେଲ ଗଲେ ବ୍ରଜେଶ ଠାକୁର

By amfnews Nov 1, 2018 #Featured
135 Views

ନୂଆଦିଲ୍ଲୀ, ନଭେମ୍ବର ୦୧: ବିହାରର ମୁଜାଫରପୁର ବାଳିକା ଗୃହରେ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରକୁ ବୁଧବାର ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ପଞ୍ଜାବର ଏକ ଜେଲକୁ ନିଆଯାଇଛି । ଅଭିଯୁକ୍ତ ବ୍ରଜେଶ ଠାକୁର ପଟିଆଲା ଜେଲରେ ରହିବେ । ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ଅକ୍ଟୋବର ୩୦ରେ ବ୍ରଜେଶ ଠାକୁରକୁ  ସୁରକ୍ଷିତ ଜେଲକୁ ପଠାଇବା ପାଇଁ ଆଦେଶ ଦେଇଥିଲେ ।

ନିଜ ରାୟରେ ସୁପ୍ରିମକୋର୍ଟ କହିଥିଲେ ପଟିଆଲା ଜେଲ ବ୍ରଜେଶ ଠାକୁରଙ୍କ ପାଇଁ ଅଧିକ ସୁରକ୍ଷିତ । ତେଣୁ ତାଙ୍କୁ ବିହାରରୁ ପଞ୍ଜାବ ସ୍ଥାନାନ୍ତର କରାଯାଉ । ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର, ଜଷ୍ଟିସ ଏସ ଅବଦୁଲ ନଦୀମ ଏବଂ ଦୀପକ ଗୁପ୍ତାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଠାକୁରଙ୍କ ଆବେଦନକୁ ଖାରଜ କରି ଦିଆଯାଇଥିଲା ।

ମୁଜାଫରପୁର କାଣ୍ଡ ନେଇ ସିବିଆଇକୁ ତଦନ୍ତ ଦାୟୀତ୍ୱ ଦିଆଯାଇଥିଲା । ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ବ୍ରଜଶେ ଠାକୁର ବିହାରରେ ଜଣେ ପ୍ରଭାବଶାଳୀ ଲୋକ । ତାଙ୍କ ଏନଜିଓ ଦ୍ୱାରା ପରିଚାଳିତ ବାଳିକା ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଉଥିଲା । ସିବିଆଇ ପକ୍ଷରୁ କୋର୍ଟକୁ ରିପୋର୍ଟ ଦିଆଯାଇଥିଲା ଯେ, ଗିରଫ ପରେ ବ୍ରଜେଶ ଯେଉଁ କୋଠାରିରେ ରହୁଥିଲା, ସେଠାରୁ ମୋବାଇଲ ଫୋନ ଜବତ ହୋଇଥିଲା । ଏଥି ସହିତ ସେ ପ୍ରାୟ ୪୦ ଜଣ ଲୋକଙ୍କ ସହିତ ସଂପର୍କ ରଖିଥିଲା ।

By amfnews

Related Post