209 Views
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ସିବିଏସ୍ଇ । ପ୍ରଶ୍ନପତ୍ର ଲିକ୍ ମାମଲାରେ ଦଶମ ଶ୍ରେଣୀ ଗଣିତ ବିଷୟର ପୁନଃପରୀକ୍ଷା ହେବ ନାହିଁ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଦିଲ୍ଲୀ ଓ ହରିୟାଣାରେ ଗଣିତ ବିଷୟର ପୁନଃ ପରୀକ୍ଷା ହେବ ବୋଲି କୁହାଯାଉଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାରେ ପୂର୍ବରୁ ୨ ଜଣ ଶିକ୍ଷକଙ୍କ ସହ ୩ ଜଣଙ୍କୁ ଗିରଫ କରି ସାରିଛି ଦିଲ୍ଲୀ ପୋଲିସ । ଗତ ମାର୍ଚ୍ଚ ମାସ ୨୮ ତାରିଖରେ ହୋଇଥିବା ୧୦ମ ଶ୍ରେଣୀ ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଘଟଣାରେ ସିବିଏସ୍ଇ କର୍ତ୍ତୃପକ୍ଷ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅଧିକାରୀମାନେ ଆଲୋଚନା କରି ଜଣାଇଥିଲେ କି ଏହି ଲିକ୍ ଘଟଣା ଫଳାଫଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।