Tue. Apr 22nd, 2025

ମାଲକାନଗିରି : ପାଣି‌ରେ ବୁଡ଼ି ସ୍ବାଭିମାନ ଅଞ୍ଚଳବାସୀଙ୍କ ପ୍ରତିବାଦ

By amfnews Nov 9, 2019 #Featured
211 Views

ମାଲକାନଗିରି : ସ୍ବାଭିମାନ ଅଂଚଳବାସୀଙ୍କ ଅଭିନବ ପ୍ରତିବାଦ। ଜଳଭଣ୍ଡାର ପାଣି ଯୋଗୁଁ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରି ପାଣିରେ ବୁଡ଼ି ପ୍ରତିବାଦ ଜଣାଇଛନ୍ତି। ବାଲିମେଳା ଜଳଭଣ୍ଡାର ପାଣିରେ ଏକର ଏକର ଚାଷଜମି ଜଳମଗ୍ନ ହେବା ସହ ଫସଲ ନଷ୍ଟ ହୋଇଯିବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଚଳିତ ବର୍ଷ ସ୍ବାଭିମାନ ଅଂଚଳବାସୀ ଧାନ, ମାଣ୍ଡିଆ, ସୁଆଁ ଆଦି ଫସଲ କରିଥିବା ବେଳେ ଲଗାଣ ବର୍ଷା ଏବଂ ଜଳଭଣ୍ଡାର ଉଦ୍‌ବୃତ୍ତ ପାଣି ଫସଲକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି। କିଛି ଦିନ ପୂର୍ବେ ଆଦିବାସୀ ବିପ୍ଲବୀ ସଂଗଠନ ତରଫରୁ କ୍ଷତିପୂରଣ ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କିମ୍ବା ସଂପୃକ୍ତ ଅଂଚଳକୁ ଯାଇ କ୍ଷୟକ୍ଷତିର ହିସାବ କରୁନଥିବା ଯୋଗୁଁ ସ୍ବାଭିମାନ ଅଂଚଳର ଚାଷୀ ଏକତ୍ରିତ ହୋଇ ଆଜି ଏଭଳି ପ୍ରତିବାଦ କରିଛନ୍ତି। ବିଶାଳ ଜଳରାଶି ଡେଇଁ ଆସିପାରୁ ନ ଥିବାରୁ ଜଳ ଭିତରେ ବୁଡ଼ି ନିଜର ପ୍ରତିବାଦ ଜଣାଇଛନ୍ତି। ଏ ନେଇ କୃଷି ବିଭାଗ ସହ ସଂପର୍କ କରାଯାଇଥିବା ବେଳେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି। କେବଳ ଗଣମାଧ୍ୟମ ଦ୍ବାରା ଖବର ପାଇଥିବାରୁ ସଂପୃକ୍ତ ଅଂଚଳକୁ ଗସ୍ତ କରି ତଦନ୍ତ କରିବେ ବୋଲି କହିଛନ୍ତି।

By amfnews

Related Post