Mon. Mar 9th, 2026

ମାନସିକ ଚାପରେ ରହୁଥିଲେ ମୋ ସ୍ୱାମୀ: ନିଖୋଜ ଜେଇଙ୍କ ପତ୍ନୀ

146 Views

ଜୟପୁର : “ମୋ ସ୍ୱାମୀଙ୍କ ଡିସେମ୍ବରର ଦରମା ବନ୍ଦ କରାଯାଇଥିଲା। ତେଣୁ ସେ ମାନସିକ ଚାପରେ ରହୁଥିଲେ। ଗତକାଲି ଅଫିସ୍ କାମରେ ଯାଉଛି କହି ହରଡ଼ାଗୁଡ଼ା ଯାଇ ଆଉ ଫେରି ନାହାନ୍ତି” । କୋହ ଭରା କଣ୍ଠରେ ଏହା କହିଛନ୍ତି ନିଖୋଜ ବୋରିଗୁମ୍ମା RWSS କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ । ଗତକାଲି ୫ ଜଣ ଏକାସଙ୍ଗେ  ହରଡ଼ାଗୁଡ଼ା ଯାଇଥିଲେ, ହେଲେ ତାଙ୍କ ସ୍ୱାମୀ କିଭଳି ରହିଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍. ଭେଙ୍କଟ ରାଓ ଗତକାଲିଠୁ ନିଖୋଜ ଅଛନ୍ତି।  ଗତକାଲି ଅଫିସ୍ କାମ ପାଇଁ ସେ ହରଡ଼ାପୁଟ ଯାଇଥିଲେ। ସାଙ୍ଗରେ ଜୟପୁର RWSS ଏସ୍‌ଡିଓ ଓ ଠିକାଦାର ମଧ୍ୟ ଥିଲେ । ତେବେ ଫେରିଲା ବେଳେ ଜେଇଙ୍କ କୌଣସି ସୂଚନା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ବି. ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍‌  ଘଟଣାର ତଦନ୍ତ ଜାରି ରଖିଛି ।

By amfnews

Related Post