Sun. Mar 8th, 2026

ମହାକାଶ ସାମର୍ଥ୍ୟର ବାଣିଜ୍ୟିକ ଉପଯୋଗ କରିବ ଭାରତ

255 Views

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ବେଳେ କହିଛନ୍ତି ଯେ ମହାକାଶ ବିଭାଗ ଅଧୀନରେ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ଗଠନ କରାଯିବ।

ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି। ବର୍ତ୍ତମାନ ଏହାର ବାଣିଜ୍ୟିକ ଉପଯୋଗ ନିମନ୍ତେ ସମୟ ଆସିଯାଇଛି।

ସେ ଦୃଷ୍ଟିରୁ ନୂତନ ଭାରତୀୟ ମହାକାଶ ଲିମିଟେଡ ନାମକ ଏକ ସଂସ୍ଥା ମହାକାଶ ବିଭାଗରେ ସୃଷ୍ଟି କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଦ୍ୱାରା କରାଯାଉଥିବା ଗବେଷଣା ଓ ବିକାଶରେ ଏହା ସହାୟକ ହେବ । ବିଭିନ୍ନ ମହାକାଶ ସାମଗ୍ରୀ ଯଥା – ଉତ୍‌କ୍ଷେପଣ ଯାନ, ବୈଷୟିକ ଜ୍ଞାନ ହସ୍ତାନ୍ତରଣ ଭଳି ବାଣିଜ୍ୟିକ ଉପଯୋଗରେ ଏହି କମ୍ପାନୀ କାର୍ଯ୍ୟ କରିବ।

By amfnews

Related Post