Wed. Nov 20th, 2024

ମସଜିଦରେ ଏସି ଯୋଗୁଁ ବିସ୍ଫୋରଣ, ୧୨ ଜଣଙ୍କ ମୃତ୍ୟୁ ଓ ୪୦ରୁ ଅଧିକ ଆହତ

By amfnews Sep 6, 2020 #Featured
197 Views

ବାଲାଂଦେଶ, ସେପ୍ଟେମ୍ବର ୦୫ : ବାଂଲାଦେଶର ଫତୁଲ୍ଲାହ ସହରରେ ଥିବା ଏକ ମସଜିଦ୍‌ରେ ଏସି ଯୋଗୁଁ ବିସ୍ଫୋରଣ ଘଟିଛି । ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏସି ବିସ୍ଫୋରଣ ହେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୪୦ ଜଣରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାଅନୁସାରେ ସେଠାକାର ସଲାମ ମସଜିଦରେ ଶୁକ୍ରବାର ରାତି ପ୍ରାୟ ୮.୪୫ରେ ବିସ୍ଫୋରଣ ଘଟିଥିଲା । ଏହି ସମୟରେ ଲୋକେ ନମାଜ ସାରି ଛିଡ଼ା ହୋଇଥିଲେ ।

ପ୍ରଥମେ ଗୋଟିଏ ଏସିରେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିଲା ଓ ପରେ ଅନ୍ୟ ଏସି ଗୁଡ଼ିକ ମଧ୍ୟ ବିସ୍ଫୋରଣ ହୋଇଥିଲା । ସେପଟେ ଡାକ୍ତରଙ୍କ ମତରେ ୨୭ ଜଣ ଅତି ଗମ୍ଭୀର ଭାବେ ଆହତ ହୋଇଥିବା ବେଳେ ସୋମନଙ୍କ ଶରୀରର ୯୯ ପ୍ରତିଶତ ଜଳିଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମସଜିଦର ତଳେ ଏକ ଗ୍ୟାସ୍‌ ପାଇପ୍ ଳାଇନ୍ ଯାଇଛି । ଯେଉଁଥିରେ ତ୍ରୁଟି ଥିବା ନେଇ ମସଜିଦ ସମିତ ସଦସ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କର୍ତ୍ତୃପକ୍ଷ ଏହି କଥାକୁ ଗୁରୁତ୍ବ ଦେଇନଥିଲେ । ତେବେ ଗ୍ୟାସ୍‌ ପାଇପ ଲାଇନ୍‌ରୁ ଗ୍ୟାସ୍‌ ବାହାରି ମସଜିଦ୍‌ ଭିତରେ ଜମା ହୋଇଯାଇଥିଲା । ଝରକା ବନ୍ଦ ଥିବାରୁ ଏସି ଚାଲିବା ପରେ ବିସ୍ଫୋରଣ ହୋଇଥିବା ଅଗ୍ନିଶମ କର୍ମଚାରୀ ପ୍ରକାଶ କରିଛନ୍ତି ।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଥିଲେ । ଏଭଳି ଏକ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିର୍ଦ୍ଦେଶ ଦେଇଛନ୍ତି ।

By amfnews

Related Post