Sat. Mar 7th, 2026

ମମତାଙ୍କ ଗଡରେ ପଶି ଦୁର୍ଗା ପୂଜା ପେଣ୍ଡାଲ ଉଦଘାଟନ କଲେ ଶାହା

319 Views

କୋଲକାତା : ଗୋଟିଏ ପଟେ ବିଜେପି ଓ ଟିଏମସି(ତୃଣମୂଳ କଂଗ୍ରେସ) ମଧ୍ୟରେ ବୟାନ ଯୁଦ୍ଧ ଲାଗିରହିଥିବାବେଳେ ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କୋଲକାତାରେ ଦୁର୍ଗାପୂଜା ପେଣ୍ଡାଲର ଉଦଘାଟନ କରିଛନ୍ତି | ତେବେ ଟିଏମଏସି ପକ୍ଷରୁ ଦୁର୍ଗାପୂଜାକୁ ନେଇ ରାଜନୀତିକରଣ କରାଯାଉଥିବାର ଅଭିଯୋଗ କରାଯାଇଛି | ମଙ୍ଗଳବାର ଦିନ ଶାହା ପୂର୍ବୀ କିନାରେ ସ୍ଲଟ ଅଂଚଳରେ ଥିବା ବାର ବିଜେ ବ୍ଲକର ଦୁର୍ଗା ପୂଜା ପେଣ୍ଡାଲର ଉଦଘାଟନ କରିଛନ୍ତି | ଏହା ପୂର୍ବରୁ ଶାହା ଏକ ରାଜନୈତିକ ସଭାକୁ ସମ୍ବୋଧନ କରି କହିଥିଲେ ଯେ ପୂର୍ବରୁ ଦୁର୍ଗାପୂଜାର ମୂର୍ତ୍ତି ବିସର୍ଜନ କରିବା ପାଇଁ କୋର୍ଟ ଯିବାକୁ ପଡୁଥିଲା |

କିନ୍ତୁ ଏଥର ଦୁର୍ଗାପୂଜାରେ ଆରତୀ କରିବାକୁ ସେ କୋଲକାତା ଆସିଛନ୍ତି | ଦୁର୍ଗାପୂଜା ରୋକିବାକୁ କାହାର ସାହସ ନାହିଁ | ଶାହା କହିଛନ୍ତି ଯେ ବସନ୍ତ ପଞ୍ଚମୀରେ ମଧ୍ୟ କାହାର ସାହସ ନଥିଲା ଯେ କେହି ବି ସରସ୍ବତୀ ପୂଜାକୁ ଅଟକାଇପାରିବେ କାରଣ ଆପଣ ବିଜେପିକୁ ୧୮ଟି ଆସନ ଦେଇଛନ୍ତି |

ଏଠାରେ ସୂଚନା ଥାଉ କି ପଶ୍ଚିମ ବଙ୍ଗରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) କାର୍ଯ୍ୟକାରୀ ହେବ ବୋଲି ଶାହା କହିଛନ୍ତି । ତେବେ ଏହା ପୂର୍ବରୁ ନାଗରିକତା (ସଂଶୋଧନ) ବିଲ୍ ଗୃହୀତ ହେବ। ଏହା ପୂର୍ବରୁ ସମସ୍ତ ହିନ୍ଦୁ, ଶିଖ୍‌, ଜୈନ ଏବଂ ବୌଦ୍ଧ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ଅର୍ଥାତ୍ ଅଣମୁସଲିମମାନଙ୍କୁ ନାଗରିକତା ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

By amfnews

Related Post