Wed. Dec 25th, 2024

ମମତାଙ୍କ ‘କନ୍ୟାଶ୍ରୀ’ ଯୋଜନାର ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ରର ନା

By amfnews Jan 2, 2020 #Featured
100 Views

କୋଲକାତା : କେନ୍ଦ୍ର ଓ ପଶ୍ଚିମବଙ୍ଗର ମମତା ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନା ନେଉନି। ଗଣତନ୍ତ୍ର ଦିବସ ପରେଡ଼ରେ ମମତା ସରକାରଙ୍କ ‘କନ୍ୟାଶ୍ରୀ’ ଯୋଜନାର ପ୍ରଜ୍ଞାପନ ମେଢ଼କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମତି ଦେଇନାହିଁ। ଝିଅଙ୍କ ସୁରକ୍ଷା ପାଇଁ ମମତାଙ୍କ ଏହି ଯୋଜନାକୁ କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ପଶ୍ଚିମବଙ୍ଗ ସରକାରଙ୍କ ପ୍ରସ୍ତାବକୁ ଏକ୍ସପୋର୍ଟ କମିଟି ବୈଠକ କରି ସମୀକ୍ଷା କରିଥିଲେ। ମୋଟ ଦୁଇଟି ରାଓଣ୍ଡରେ ଏହି ବୈଠକ ହୋଇଥିଲା। ଏହାପରେ କନ୍ୟାଶ୍ରୀ ଯୋଜନାକୁ ରଦ୍ଦ କରିଛି କେନ୍ଦ୍ର। ବୈଠକରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ୍ସପୋର୍ଟ ଓ ପଶ୍ଚିମବଙ୍ଗ ସରକାରଙ୍କ ଏକ୍ସପୋର୍ଟ ମାନେ ଉପସ୍ଥିତ ରହିବାର ନିୟମ ରହିଛି । ହେଲେ ଏହି ବୈଠକକୁ ଚଳିତଥର ପଶ୍ତିମବଙ୍ଗ ଏକ୍ସପୋର୍ଟଙ୍କୁ ଡ଼କାଯାଇନଥିଲା ବୋଲି ପଶ୍ଚିମବଙ୍ଗର ସରକାରୀ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୫ରୁ ଏଯାବତ ମମତା ସରକାର କନ୍ୟାଶ୍ରୀ ଯୋଜନାର ପ୍ରଜ୍ଞାପନ ମେଢ଼ ପାଇଁ ଦୁଇ ଥର ପ୍ରସ୍ତାବ ଦେଇଛି। ହେଲେ ଦୁଇ ଥର ଯାକ ରଦ୍ଦ କରିଛି କେନ୍ଦ୍ର। ୨୦୧୮ରେ ଏକତା ହିଁ ଭାଇଚାରାର ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଦେଇଥିଲା। ସେତେବେଳେ ମଧ୍ୟ ରଦ୍ଦ ହୋଇଥିଲା।

ତେବେ ୨୦୧୪ରେ ମମତା ସରକାରଙ୍କ ଦ୍ୱାରା ଦିଆଯାଇଥିବା ଛଉ ନୃତ୍ୟୁ ଏବଂ ୨୦୧୬ରେ ବାଉଲ କଳାକାରଙ୍କ ଦ୍ୱାରା ପ୍ରସ୍ତୁତି ହୋଇଥିବା ପ୍ରଜ୍ଞାପନ ମେଢ଼ ଗଣତନ୍ତ୍ର ଦିବସରେ ବିଜୟୀ ହୋଇଥିଲା। ଚଳିତ ଥର ଜାନୁଆରୀ ୨୬ ପରେଡ଼ରେ ମୋଟ ୫୬ଟି ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ମୋଟ୍ ୨୨ଟି ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ଅନୁମତି ଦେଇଛି। ଯେଉଁଥିରୁ ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ରହିଛି।

By amfnews

Related Post