Sat. Mar 7th, 2026

ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ୩ କୋଟି ଟଙ୍କାର ଜାଲ୍‌ ନୋଟ୍‌ ଛାପିବାକୁ ବରାଦ ମିଳିଛି

197 Views

ଭୋପାଳ : ଜାଲ୍‌ ନୋଟ୍‌ ଛାପିବା ଅଭିଯୋଗରେ ଶୁକ୍ରବାର ଦିନ ଗିରଫ ହୋଇଥିବା ଜଣେ ରାଜ୍ୟସ୍ତରୀୟ ହକି ଖେଳାଳିଙ୍କୁ ପଚରା ଉଚୁରା କରାଯିବାରୁ ସେ କହିଲେ କି, ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ୩ କୋଟି ଟଙ୍କାର ଜାଲ୍‌ ନୋଟ୍‌ ଛାପିବାକୁ ଭୋପାଳର ଜଣେ ବ୍ୟକ୍ତି ବରାଦ ଦେଇଛନ୍ତି।

ଅକ୍ଟୋବର ୯ ତାରିଖ ଦିନ ୧୪୧ ଭୋପାଳର ଉତ୍ତରପଶ୍ଚିମ ଅନ୍ତର୍ଗତ ରାଜଗଡ଼ ଏବଂ ଦକ୍ଷିଣ ଭୋପାଳ ଠାରୁ ୭୦ କିଲୋମିଟର ଦୂର ହୋସାଙ୍ଗ୍‌ବାଦରୁ ଗିରଫ ହୋଇ ଥିବା ଅନ୍ୟ ପାଞ୍ଚଜଣଙ୍କୁ ପଚରା ଉଚୁରା କରିବା ପରେ ଭୋପାଳ ନିବାସୀ ହକି ଖେଳାଳି ୪୨ ବର୍ଷିୟ ଅଫ୍‌ତାବ୍‌ ଅଲି ଓରଫ୍‌ ମୁସ୍‌ତାକ୍‌ ଖାଁଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।

ପୁଲିସ ସେମାନଙ୍କ ଠାରୁ ୨୦୦୦ ଓ ୫୦୦ ଟଙ୍କିଆବିଶିଷ୍ଟ ୩୧. ୫୦ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି ବୋଲି ରଜଗଡ଼ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସିମଳା ପ୍ରସାଦ କହିଛନ୍ତି।

ପଚରାଉଚୁରା ସମୟରେ ସେ ପାଞ୍ଚଜଣ କହିଥିଲେ କି, ନୋଟ୍‌ଗୁଡ଼ିକୁ ସ୍କାନ୍‌ କରାଯାଇ ପ୍ରିଣ୍ଟ୍‌ କରାଯିବା ପରେ କଟାଯାଇ ତାଡ଼ା ବନ୍ଧାଯାଏ।୨୦୦୦ ଟଙ୍କିଆ ନୋଟ୍‌ରେ ସେହି ଗୋଟିଏ ସିରିଏଲ୍‌ ନମ୍ବର ଛାପା ଯାଏ ଏବଂ ୫୦୦ ଟଙ୍କିଆ ନୋଟ୍‌ରେ ଆଉ ଗୋଟିଏ ନମ୍ବର ଛାପାଯାଏ। ଜାଲ୍‌ ଟଙ୍କା ଛାପିବା ପାଇଁ ସେମାନେ କେଉଁଠୁ କାଗଜ ଖରିଦ କରୁଛନ୍ତି ପୁଲିସ ଜାଣି ପାରି ନାହିଁ।

ଜାଲ୍‌ ନୋଟ୍‌ ଛାପି ମଧ୍ୟପ୍ରଦେଶରେ ପ୍ରସାରଣ କରିବା ଦଳର ମୁଖ୍ୟ ହେଉଛନ୍ତି ଅଫ୍‌ତାବ୍‌ ବୋଲି ପୁଲିସ କହିଛି। ଗତ ବର୍ଷେ ହେବ ସେ ଏହି କାମରେ ସଂଶ୍ଳିଷ୍ଟ।

କିନ୍ତୁ ଏତେ ପରିମାଣର ଜାଲ୍‌ ନୋଟ୍‌ ଛାପିବାକୁ କିଏ ବରାଦ ଦେଉଛନ୍ତି, ତାଙ୍କ ନାମ ଅଫ୍‌ତାବ ଉଲ୍ଲେଖ କରିନାହିଁ। ନୋଟ୍‌ ଛାପିଦେଲେ ନିର୍ଦ୍ଦିଷ୍ଟ କମିସନ୍‌ ମିିଳିବ ବୋଲି ସେ କହିଛି।

By amfnews

Related Post