Tue. Mar 10th, 2026

ମଦ ପିଇବାକୁ ଯାଇ ମାରି ଦେବା ଘଟଣା : ୫ ଗିରଫ

257 Views

ବରଗଡ଼ :  ବରଗଡ଼ ଜିଲ୍ଲା ସୋହେଲାର କୁମ୍ଭାରବନ୍ଧପଡ଼ାରେ ମଦ ପିଇବାକୁ ଯାଇ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ୍‌ । ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗାଁର ସୁମନ୍ତ ସୁନା, ନରେଶ ପୋଢ଼, ସଞ୍ଜୀବ କୁମ୍ଭାର, ସନୟ କୁମ୍ଭାର ଓ ଅନ୍ୟଜଣେ ନାବାଳକ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୁଲିସ୍‌।

ଗତ ୮ ତାରିଖ ରାତିରେ ଦଶହରା ଅବସରରେ ରାବଣ ପୋଡ଼ି ଚାଲିଥିବାବେଳେ ଛତିଶଗଡ଼ ସରାଇପାଲି ଥାନା ବାଲସି ଗାଁର ସଂଜୀବ ପ୍ରଧାନ ଏବଂ ବରଗଡ଼ ଜିଲ୍ଲା ବାଦିପାଲିର ପ୍ରଦୀପ ତରାଇ, କ୍ଷୀରୋଦ ଭୋଇ, ଡାକ୍ତର ଭୋଇ, ବିଦ୍ୟାଧର ତରାଇ ସାଙ୍ଗ ହୋଇ କୁମ୍ଭାରବନ୍ଧପଡ଼ାକୁ ମଦ ପିଇବାକୁ ଯାଇଥିଲେ ।

ଦେଶୀ ମଦ କିଣିବା ପରେ ଟଙ୍କା ଦେବାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ା କ୍ରମଶଃ ଉଗ୍ରରୂପ ଧାରଣ କରିବାରୁ କୁମ୍ଭାରବନ୍ଧପଡ଼ାରୁ ଗିରଫ ଯୁବକମାନେ ସଞ୍ଜୀବଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସଞ୍ଜୀବଙ୍କର ମୃତ୍ୟୁ ହୋଇଯାଇଥିଲା।

By amfnews

Related Post