Sun. Mar 8th, 2026

ମଦ ପାଇଁ ଟଙ୍କା ନ ଦେବାରୁ ମା’କୁ ହତ୍ୟା, ପୁଅ ଗିରଫ

193 Views

ବାଲିଶଙ୍କରା,, ନଭେମ୍ବର ୧୪: ମଦ ପିଇବାକୁ ଟଙ୍କା ନ ଦେବାରୁ ଜଣେ ଯୁବକ ଇଟାରେ ଛେଚି ମା’କୁ ହତ୍ୟା କରିଛି। ଏହି ଘଟଣା ବାଲିଶଙ୍କରା ଅଂଚଳରେ ଅ‌ାଲୋଡ଼ନ ସୃଷ୍ଟି କରିଛି। କିଞ୍ଜିରକେଲା ଥାନା ଅନ୍ତର୍ଗତ ଦେଓଭୂବନପୁର ଗ୍ରାମ‌ର ସମାରୀ ବାର୍ଲା(୬୨) ନିଜ ପୁଅ ମହେଶ ବାର୍ଲା (୨୫) ସହିତ ରହୁଥିଲେ। ସମାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ। ଏହି ଅର୍ଥକୁ ମଦ ପିଇବା ପାଇଁ ଦେବାକୁ ସେ ସବୁବେଳେ ମା’ ସହିତ ଝଗଡ଼ା କରୁଥିଲା। ଗତକାଲି ରାତିରେ ମହେଶ ମଦ ପିଇ ଘରକୁ ଆସି ମା’କୁ ପୁଣି ମଦ ପିଇବାକୁ ଟଙ୍କା ମାଗିଥିଲା।

ରାତି ବେଶି ହୋଇ ଗଲାଣି, କାଲି ନେବୁ କହି ମା’ ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହେଶ ଏକ ଇଟାରେ ମା’ର ମୁଣ୍ଡକୁ ବାରମ୍ବାର ଛେଚିଥିଲା। ଫଳରେ ଶୋଇଥିବା ଖଟରେ ହିଁ ସମାରୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପଡୋଶୀଙ୍କ ଠାରୁ ଘଟଣା ସଂପର୍କରେ ଖବର ପାଇ କିଞ୍ଜିରକେଲା ଥାନା ଅଧିକାରୀ ବିଦେଶୀ ବାଘ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ଜବତ କରିବା ସହ ଅଭିଯୁକ୍ତ ମହେଶକୁ କାବୁ କରି ସେ ଥାନାକୁ ଆଣିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ମହେଶକୁ ଆଜି କୋର୍ଟଚାଲାଣ କରିଛି।

By amfnews

Related Post