Sat. Mar 7th, 2026

ମଦ ଦୋକାନ ଲାଇସେନ୍ସ ନବୀକରଣକୁ ବିରୋଧ:ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

286 Views

ବାଲିଗୁଡ଼ା॰ନଭେମ୍ବର,୨୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ପରିସର ମଧ୍ୟରେ ଥିବା ଦୁଇଟି ବିଦେଶୀ ମଦ ଦୋକାନର ଲାଇସେନ୍ସ ନବୀକରଣ ନକରିବା ପାଇଁ ୨ ନଂ ୱାର୍ଡର ସମସ୍ତ ଜନସାଧାରଣ ବିରୋଧ କରିବା ସହ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

କନ୍ଧମାଳ ଜିଲ୍ଲା ଏକ ଅନୁସୂଚିତ ଜିଲ୍ଳା ହୋଇଥିବାରୁ ସମ୍ବିଧାନର ପଞ୍ଚମ ଅନୁସୂଚୀତ ଅନ୍ତର୍ଭୁକ୍ତ ଏବ˚ ପେସା ଆଇନ୍‌ ଦ୍ବାରା ପ୍ରଚଳିତ। ଓଡ଼ିଶା ଅବକାରୀ ଆଇନ୍‌ ୨୦୦୮ର ଧାରା ଅନୁଯାୟୀ ଗ୍ରାମ ଶାସନର ବିନା ସହମତି ତଥା ଏନ୍‌ଏସିର ଅନୁମୋଦନ ବିନା ଏହି ଅଞ୍ଚଳରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଦିଆଯାଇ ପାରିବ ନାହିଁ କିମ୍ବା ଖୋଲାଯାଇଥିବା ଦୋକାନକୁ ନବୀକରଣ ଲାଇସେନ୍ସ ପ୍ରଦାନ କରାଯାଇ ପାରିବ ନାହଁି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ବିଦେଶୀ ମଦ ଦୋକାନ ଖୋଳିବା ଦିନ ଠାରୁ ପ୍ରତିଦିନ ଅପ୍ରୀତିକର ପରିସ୍ଥିତି ସହ ସାହିରେ ଯାତାୟତ କରୁଥିବା ଝିଅ ଓ ମହିଳାମାନଙ୍କୁ ଅଶ୍ଳୀଳ ଆଚରଣ ସହ ପାରିବାରିକ ହି˚ସା, ସାମାଜିକ ବିଶୃଙ୍ଖଳା, ରାସ୍ତା ଦୁର୍ଘଟଣା ଭଳି ବହୁ ଅଭାବନୀୟ ଘଟଣା ଘଟୁଛି। ଏଣୁ ଏଥିପ୍ରତି ଦୃଷ୍ଟିଦେଇ ବିଦେଶୀ ମଦ ଦୋକାନର ନବୀକରଣ ନକରିବା ପାଇଁ କଳ୍ପନା ବିଷୋଇ, ତୃପ୍ତିମୟୀ ପାତ୍ର, ବିଷ୍ଣୁପ୍ରିୟା ନାୟକ, ସ୍ବପ୍ନା କହଁର, ଗାୟତ୍ରୀ ପୂଜାରୀ, ସ˚ଯୁକ୍ତା ଦଣ୍ତସେନା, ଭାରତୀ ପ୍ରଧାନ ପ୍ରମୁଖ ଏକ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ ମୂଖ୍ୟ ଶାସନ ସଚିବ, ଭୂବନେଶ୍ବର ଓ ରାଜ୍ୟପାଳଙ୍କ ଅବଗତି ନିମେନ୍ତେ ଲିଖିତ ଅଭିଯୋଗ ପ୍ରେରଣ କରାଯାଇଥିବା ପ୍ରକାଶ କରିଛନ୍ତି ।

By amfnews

Related Post