Sat. Jun 14th, 2025

ଭୋଜି ଖାଇ ଫେରୁଥିଲେ; ହାତୀ ହାବୁଡ଼ରେ ପଡ଼ିଗଲେ

By amfnews Jul 12, 2019 #Featured
148 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଘଟଗାଁ ରେଞ୍ଜ ଅଧୀନସ୍ଥ ଦୁଧିଆନାଳି ଗାଁରେ ହାତୀ ଆକ୍ରମଣର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗାଁର ଭରତ ନାଏକ (୪୫)।

ଗତକାଲି ରାତି ୧୧ଟା ସମୟରେ ଭରତ ଭୋଜି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ନେଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଭରତଙ୍କୁ ମିଶାଇ ଜିଲ୍ଲାରେ ଗତ ୪ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ଗତ ସୋମବାର ରାତିରେ ବାଉଁଶପାଳ ବ୍ଳକ୍‌ ଦଅଁଳାହତା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।  ସେହିପରି ଗତ ବୁଧବାର ରାତିରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ଫରେଷ୍ଟ ସେକ୍ସନ୍‌ର ମଲଦା ଗାଁରେ ଦନ୍ତା ଆକ୍ରମଣରେ ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା।

By amfnews

Related Post