Sun. Nov 24th, 2024

ଭୁବନେଶ୍ୱର ଏସିପିଙ୍କ ପୁଅର ଝୁଲନ୍ତା ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

By amfnews Jan 6, 2019 #Featured
390 Views

ଭୁବନେଶ୍ୱର, ଜାନୁଆରୀ ୬: ଭୁବନେଶ୍ୱର ସ୍ପୋଶାଲ ସ୍କ୍ୱାର୍ଡ ଏସିପି ସଂଜୀବ ଶତପଥୀଙ୍କ ପୁଅର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏସିପିଙ୍କ ସରକାରୀ ବାସଭବନରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତାଙ୍କ ପୁଅଙ୍କ ନାଁ ଆୟୁଷ୍ମାନ । ସେ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପଢ଼ୁଥିଲା ।

ମୋବାଇଲରେ କେତେକ ଗେମ ପ୍ରାଣଘାତକ ହୋଇଥିବାବେଳେ ଆୟୁଷ୍ମାନର ଗେମ ଖେଳିବା ସଉକ ରହିଥିବାରୁ ତାକୁ ବାରମ୍ବାର ପରିବାର ପକ୍ଷରୁ ବାରଣ କରାଯାଉଥିଲା । ବାରଣ କରାଯାଉଥିବାରୁ ପୁଅ ଓ ବାପାମାଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହେଉଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସଞ୍ଜୀବ ଡ୍ୟୁଟିରେ ଥିଲେ । ମାତ୍ର ଆଜି ସକାଳୁ ପୁଅକୁ ଏକ ରୁମ ଭିତରୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ । କିନ୍ତୁ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୋବାଇଲର ଯାଂଚ ହେବା ସହ ଶବ ବ୍ୟବଚ୍ଛେଦ ଓ  ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ନେଇ ସୂଚନା ମିଳିଛି । ପୁଅର ଆକସ୍ମିକ ମୃତ୍ୟୁ ପରେ ପରିବାର ଲୋକ ସଂପୁର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ।

By amfnews

Related Post