Fri. Mar 6th, 2026

ଭୁବନେଶ୍ୱରର ବିମାନବନ୍ଦରରୁ ୩୪୦ ଗ୍ରାମ ସୁନା ଜବତ, ୨ ଅଟକ

364 Views

ଭୁବନେଶ୍ୱର, ଅଗଷ୍ଟ ୩୧:

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସୁନା ଜବତ କରାଯାଇଛି । ଆଜି ଚୋରାଚାଲାଣ ହେଉଥିବା ବେଳେ ୩୪୦ ଗ୍ରାମ ସୁନା ଜବତ କରାଯାଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରାଚାଲାଣ ବେଳେ କଷ୍ଟମ୍ସ ବିଭାଗ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ପୂର୍ବରୁ ଅନେକ ଥର ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ କରାଯାଇଛି ।

By amfnews

Related Post