Sun. Mar 8th, 2026
263 Views

ବଲାଙ୍ଗିର :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଏକକାଳୀନ ତିନୋଟି ସ୍ଥାନରେ ଏହି ଚଢ଼ଉ ହୋଇଛି। ତାଙ୍କ କେସିଙ୍ଗା ସ୍ଥିତ ଅଫିସ୍‌, ସରକାରୀ କ୍ୱାର୍ଟର୍ସ ଏବଂ ବଲାଙ୍ଗିର ତୁଳସୀନଗର ପଡ଼ାରେ ଥିବା ନିଜସ୍ୱ ଘରେ ଚଢ଼ଉ ହୋଇଛି।

ଏହି ଚଢ଼ଉରେ ବଲାଙ୍ଗିର, ସମ୍ଵଲପୁର, ବରଗଡ଼ ଓ ସୋନପୁର ଜିଲ୍ଲାର ଭିଜିଲାନ୍ସ ଡିଏସ୍‌ପି ସାମିଲ ହୋଇଛନ୍ତି। ଦୀନବନ୍ଧଙ୍କୁ ସ୍ଥାବର ଓ ଅସ୍ଥାବର ସଂପତ୍ତି ସହିତ ବ୍ୟାଙ୍କ ବାଲାନ୍ସ ଆଦିକୁ ଭିଜିଲାନ୍ସ ବିଭାଗର ଏହି ଅଧିକାରୀମାନେ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି।

By amfnews

Related Post