Sat. Mar 7th, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ; ୧୨ଟି ସ୍ଥାନରେ ଚଢ଼ଉ

161 Views

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୋଡ୍ ଆଣ୍ଡ ବିଲ୍ଡିଂର ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ସରକାରୀ ବାସଭବନରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ତାଙ୍କର ଗଞ୍ଜାମ ବ୍ଲକରେ ଥିବା  ମାର୍କେଟ କମ୍ପଲେକ୍ସ ଓ ଖଲ୍ଲିକୋଟରେ ଥିବା ଫାର୍ମ ହାଉସ୍‌ ସହ ୧୨ଟି ସ୍ଥାନରେ ଚଢ଼ଉ ହୋଇଛି।

ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି କହିଛନ୍ତି,“ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ ଆୟବିହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାନ୍ୟବର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ଅଦାଲତର ୱାରେଣ୍ଟ ଜରିଆରେ ଏକକାଳୀନ ୧୨ଟି ଜାଗାରେ ଚଢ଼ଉ କରାଯାଉଛି। ଭୋର ୫ଟାରୁ ଏହି ଚଢ଼ଉ ଚାଲିଛି। ବର୍ତ୍ତମାନ ଚଢ଼ଉ ଚାଲିଥିବାରୁ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ନାହିଁ। ତାଙ୍କ ଗଞ୍ଜାମରେ ଥିବା ତାଙ୍କ ପୈତୃକ ଘର, ମାର୍କେଟ୍ କମ୍ପଲେକ୍ସ, ଡିମ୍ୱିରିଆରେ ଥିବା ଡାଇରୀ ଫାର୍ମ ଓ ଭଣଜାଙ୍କ ଘର ସହ ୧୨ଟି ସ୍ଥାନରେ ଚଢ଼ଉ ହେଉଛି।”

ଏନେଇ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ କହିଛନ୍ତି,“ ମୋ ପାଖରେ କୌଣସି ଏକ୍ସଟ୍ରା ପ୍ରପୋଟି ନାହିଁ। ସରକାରୀ ନିୟମ ଅନୁସାରେ ପ୍ରପୋଟି ଅଛି। ଅଧିକ ଜମା ନାହିଁ। ଭିଜିଲାନ୍ସ ବିଭାଗକୁ ମୁଁ ସହଯୋଗ କରୁଛି।”

By amfnews

Related Post