276 Views
ନ୍ୟୁୟର୍କ, ସେପ୍ଟେମ୍ବର ୧୩ : ଜାପାନର ନାଓମୀ ଓସାକା ୟୁଏସ ଓପନର ମହିଳ ଏକକରେ ବିଜୟିନୀ ହୋଇଛନ୍ତି । ଫାଇନାଲରେ ସେ ବେଲାରୁସର ଭିକ୍ଟୋରିଆ ଅଜାରେଙ୍କାଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ସେଟରେ ପଛୁଆ ରହିବା ପରେ ସେ ମ୍ୟାଚରେ ଜବରଦସ୍ତ ଫେରିଛନ୍ତି । ଓସାକା ଅଜାରେଙ୍କାଙ୍କୁ ୧-୬, ୬-୬,୬-୩ରେ ପରାସ୍ତ କରିଛନ୍ତି ।
ୟୁଏସ ଓପନର ମହିଳାଙ୍କ ସିଙ୍ଗିଲର ଏହି ଫାଇନାଲ ମୁକାବିଲା ୟୁଏସଟିଏ ବିଲି ଜିନ୍ସ କିଙ୍ଗ ନ୍ୟାସନାଲ ଟେନିସ ସେଣ୍ଟରେ ଖେଳାଯାଇଥିଲା । ୨୨ ବର୍ଷୀୟ ଓସାକାଙ୍କ ଏହା ଥିଲା ୨ୟ ୟୁଏସଏ ଓପନ ଏବଂ ମୋଟ ତୃତୀୟ ଗ୍ରାଣ୍ଡ ସ୍ଲାମ ଟାଇଟଲ ।
ଅଜରେଙ୍କା ତୃତୀୟ ଥର ୟୁଏସ ଓପନ ଫାଇନାଲରେ ପହଂଚିଥିଲେ । କିନ୍ତୁ ସେ ଏଥର ମଧ୍ୟ ହାରିଯାଇଥିଲେ । ଏହା ପୂର୍ବରୁ ସେ ୨୦୧୨ ଓ ୨୦୧୩ ରେ ମଧ୍ୟ ୟୁଏସ ଓପନର ଫାଇନାଲରେ ପହଂଚିଥିଲେ । କିନ୍ତୁ ସେହି ସମୟରେ ସେ ସେରେନା ୱିଲିୟମଙ୍କ ହାତରେ ପରାସ୍ତ ହୋଇଥିଲେ ।