Sun. Mar 8th, 2026

ଭାରତ ସଂପର୍କରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପ କହିଲେ, ଆପଣ ଅତ୍ୟନ୍ତ ବନ୍ଧୁବତ୍ସଳ ପଡ଼ୋଶୀ ନିକଟରେ ଅଛନ୍ତି

241 Views

ନୂଆଦିଲ୍ଲୀ  : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କାଶ୍ମୀର କାର୍ଡ଼ ପ୍ରଭାବିତ କରି ପାରିନାହିଁ । ଇମ୍ରାନ୍ ଖାନଙ୍କ ସମ୍ମୁଖରେ ଭାରତର ପ୍ରଶଂସା କରିଛନ୍ତି ଡୋନାଲ୍ଡ଼ ଟ୍ରମ୍ପ । ସୋମବାର ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସମୟରେ ଇମ୍ରାନ୍ ଆଫଗାନିସ୍ତାନ, ଭାରତ ଓ ପାକିସ୍ତାନ ପ୍ରସଙ୍ଗ ଉତ୍ଥାପନ କରିବାରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଆପଣ ଅତ୍ୟନ୍ତ ବନ୍ଧୁବତ୍ସଳ ପଡ଼ୋଶୀ ନିକଟରେ ଅଛନ୍ତି। ସେହିପରି  କାଶ୍ମୀର ମାମଲାରେ ତୃତୀୟ ପକ୍ଷ ମଧ୍ୟସ୍ଥତା ପ୍ରସଙ୍ଗରେ ମଧ୍ୟ ଟ୍ରମ୍ପ ପାକିସ୍ତାନକୁ ସେପରି କୌଣସି ଠୋସ ପ୍ରତିଶ୍ରୁତି ଦେଇନାହାନ୍ତି। ସେ କହିଛନ୍ତି, ସେ କଶ୍ମୀର ସମସ୍ୟା ନେଇ ମୁଁ ମଧ୍ୟସ୍ଥତା କରିବାକୁ ରାଜି, କିନ୍ତୁ ଏଥିଲାଗି ଉଭୟ ଭାରତ-ପାକିସ୍ତାନ ସମ୍ମତ ହେବା ଆବଶ୍ୟକ।  ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଉତ୍ତର ପାକିସ୍ତାନକୁ ନିରାଶ କରିଛି। କାରଣ ଆରମ୍ଭରୁ ଭାରତ କଶ୍ମୀର ବ୍ୟାପାରରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ବିରୋଧ କରି ଆସିଛି।

ସୂଚନାଯୋଗ୍ୟ ନ୍ୟୁୟର୍କରେ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ  ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ସେ ଚାହୁଁଥିଲେ, ସମସ୍ୟାର ସମାଧାନ ଲାଗି ଆମେରିକା ସହଯୋଗର ହାତ ବଢାଉ  । ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ,  ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ଓ ସେ ଆଶା  କରୁଛନ୍ତି ଭାରତ-ପାକିସ୍ତାନ ଏ ନେଇ  ଶୀଘ୍ର ଏକାଠି ହେବେ।

ଉଲ୍ଲେଖଯୋଗ୍ୟ କି ସେପଟେମ୍ବର ୨୨ରେ ହଷ୍ଟନରେ ଅନୁଷ୍ଠିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସବୁଠାରୁ ବିଶ୍ବସନୀୟ ବନ୍ଧୁ କହିବା ସହ  ସେ ଭାରତ ଓ ଭାରତୀୟଙ୍କ ଲାଗି ଅତ୍ୟନ୍ତ ଭଲ କାମ କରୁଛନ୍ତି।

By amfnews

Related Post