392 Views
ନୂଆଦିଲ୍ଲୀ: ରବିବାର ସକାଳେ େଓ୍ଵଲିଙ୍ଗ୍ଟନ୍ ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ମ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ଭାରତ ୮୦ ରନ୍ କରି ୪ଟି ଓ୍ଵିକେଟ୍ ହରାଇଛି। ମାତ୍ର ୧୮ ରନରେ ୪ଟି ଓ୍ଵିକେଟ୍ ହରାଇଥିଲା ଭାରତ। ଏହାପରେ ଆମ୍ବତି ରାଇଡୁ ଓ ବିଜୟ ଶଙ୍କର କ୍ରିଜକୁ ଆସି ପରିସ୍ଥିତି ସୁଧାରିବାର ପ୍ରୟାସ ଜାରି ରଖିଛନ୍ତି।
ଅଧିନାୟକ ରୋହିତ ଶର୍ମା ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ।
୨୩.୫ ଓଭର୍ ସୁଦ୍ଧା ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ଆମ୍ବତି ରାଇଡୁ ୫୨ ଟି ବଲ୍ ଖେଳି ୨୫ ରନ୍ ଓ ବିଜୟ ଶଙ୍କର ୪୬ ବଲ୍ ଖେଳି ୨୯ ରନ୍ କରି କ୍ରିଜରେ ଅଛନ୍ତି।
ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, ବିଜୟ ଶଙ୍କର, ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ହେନରି ନିକୋଲ୍ସ, କଲିନ୍ ମୁନ୍ରୋ, ରସ୍ ଟେଲର, ଟମ୍ ଲାଥାମ, କଲିନ୍ ଡି ଗ୍ରାଣ୍ଢୋମେ, ଜେମ୍ସ ନିସାମ, ଡଗ୍ ବ୍ରାସୱେଲ/ ମିଚେଲ ସାଣ୍ଟନର, ଟଡ୍ ଆସଲେ, ମ୍ୟାଟ୍ ହେନରି/ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ।