Wed. Mar 11th, 2026

ଭାରତରୁ ଉଦ୍ଧାର ହେଲା ଲାଞ୍ଜରେ ମୋହର ଲାଗିଥିବା ପାକିସ୍ତାନୀ ପାରା

213 Views

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ସୀମାସ୍ଥିତ ଶ୍ରୀଗଙ୍ଗାନଗର ଜିଲ୍ଲାରେ ପାକିସ୍ତାନ ପଟୁ ଏକ ପାରା ଉଡି ଆସିଥିବା ସୂଚନା ମିଳିଛି। ବିଏସଏଫ୍‌ ଯାଞ୍ଚ୍‌ କରିବା ପରେ ପୋଲିସ୍‌କୁ ଏନେଇ ଖବର ଦେଇଥିଲେ। ଏବେ ପାରାଟି ପୋଲିସ୍‌ ସୁରକ୍ଷାରେ ରହିଛି ବୋଲି ଜାଣିବାକୁ ମିଳିଛି। ପାକ୍‌ ପାରାର ଡାହାଣ ପଟ ଲାଞ୍ଚରେ ଊର୍ଦୁ ଭାଷାରେ ମୋହର ଲାଗିଥିବା ଦେଖାଯାଉଛି। ପାରାଟିର ଲାଞ୍ଜରେ କିଛି ନମ୍ବର ଲେଖାହୋଇଛି। ପୋଲିସ୍‌ ଟିମ୍‌ ଏହାର ଯାଞ୍ଚ କରିବାରେ ଲାଗିଛନ୍ତି।

ଶ୍ରୀକରଣପୁରର ଥାନାଧିକାରୀ ରାଜକୁମାର ରାଜୋରା କହିଛନ୍ତି ଯେ ପାରାଟି ସୀମାରେ ଅବସ୍ଥିିତ ୬୧-ଏ ଗାଁରେ ଶନିବାର ଦେଖିବାକୁ ମିଳିଥିଲା। ଗ୍ରାମର ଜଣେ ଲୋକ ଏନେଇ ବିଏସଏଫ୍‌କୁ ସୂଚନା ଦେଇଥିଲେ। ପାରାର ଲାଞ୍ଜରେ ଊର୍ଦୁ ଭାଷାରେ କିଛି ନମ୍ବର ଲେଖା ହୋଇଛି ଏବଂ ଉସ୍ତାଦ ଅଖତର୍‌ ଏବଂ ଡାହାଣପଟେ ଇରଫାନ୍‌ କିମ୍ବା ମରଫାନ୍‌ ବୋଲି କିଛି ଲେଖା ହୋଇଛି। ତେବେ ବର୍ତ୍ତମାନ ପୋଲିସ୍‌ ଏବଂ ଏଜେନ୍ସି ଟିମ୍‌ ପାକ୍‌ ପାରାର ଯାଞ୍ଚ୍‌ କରିବା ଆରମ୍ଭ କରି ଦେଇଛନ୍ତି।

By amfnews

Related Post