Tue. Jun 17th, 2025

ବ୍ୟାନ୍‌ ଭୟରେ ଭାରତ ସରକାରଙ୍କ ନୋଟିସ୍‌ ପାଇ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

By amfnews Jul 23, 2019 #Featured
142 Views

ନୂଆଦିଲ୍ଲୀ  : ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ‘ଟିକ୍‌ ଟକ୍‌’ ତା’ର ପ୍ଲାଟ୍‌ଫର୍ମରୁ ୬୦ ଲକ୍ଷ ଭିଡିଓ କ୍ଲିପ୍‌ ଡିଲିଟ୍‌ କରି ଦେଇଥିବା ସୂଚନା ମିଳିଛି। ବ୍ୟାନ୍‌ ହୋଇଯିବା ଭୟରେ କମ୍ପାନି ସମାଜରେ ନକାରାତ୍ମକ ପ୍ରଭାବ ପକାଉଥିବା ହିଂସାତ୍ମକ ଭିଡିଓଗୁଡ଼ିକୁ ଡିଲିଟ୍‌ କରି ଦେଇଥିବା ସୂଚନା ରହିଛି।

ନିକଟ ଅତୀତରେ ଏହି ଚାଇନିଜ୍‌ ଆପ୍‌କୁ ଭାରତୀୟ ସରକାର ଏକ ନୋଟିସ୍‌ ପଠାଇ ୨୪ଟି ପ୍ରଶ୍ନର ଉତ୍ତର ଚାହିଁଥିଲେ। ଏହି ଆପ୍‌ ଜରିଆରେ ଅଣ ଜାତୀୟବାଦ କାର୍ଯ୍ୟକଳାପ କିଛି ପରିଲକ୍ଷିତ ହେବା ପରେ ସରକାର ନୋଟିସ୍‌ ପଠାଇଥିଲେ। ଯାହା ଫଳରେ ଚୀନର ଏହି କମ୍ପାନି ୬୦ ଲକ୍ଷ ଭିଡିଓକୁ ଡିଲିଟ୍‌ କରି ଦେଇଛି।

କମ୍ପାନି ପକ୍ଷରୁ କୁହାଯାଇଛି ଯେ ‘କମ୍ୟୁନିଟି ଗାଇଡ୍‌ଲାଇନ୍‌କୁ ଲକ୍ଷ୍ୟ କରି ଆମେ ୨୦୧୮ ଜୁଲାଇରୁ ପ୍ରାୟ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କରି ସାରିଲୁଣି।’ ଟିକ୍‌ ଟକ୍‌ ଇଣ୍ଡିଆର ନିର୍ଦ୍ଦେଶକ ସଚିନ ଶର୍ମା କହିଛନ୍ତି, ‘ ଟିକ୍‌ ଟକ୍‌ର ପ୍ୟାରେଣ୍ଟ୍‌ କମ୍ପାନିର ଆପ୍‌ର ସମୁଦାୟ ୨୦ କୋଟି ବ୍ୟବହାରକାରୀ।’

By amfnews

Related Post