Tue. Dec 24th, 2024

ବ୍ରିଟେନରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ, ପ୍ରତ୍ୟାର୍ପଣ ପାଇଁ ନିବେଦନ କଲା ସିବିଆଇ

mailmesudhansu@yahoo.com' By Sudhansu Biswal Aug 20, 2018 #Featured
309 Views

ନୂଆଦିଲ୍ଲୀ, ଅଗଷ୍ଟ ୨୦ :

 ପଳାତକ ନୀରବ ମୋଦୀଙ୍କ ସମ୍ପର୍କରେ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।  ନୀରବ ମୋଦୀ ସେଠାରେ ଥିବା କଥା ବ୍ରିଟେନ ସ୍ୱୀକାର କଲା ପରେ ସିବିଆଇ ତାଙ୍କର ପ୍ରତ୍ୟାର୍ପଣ ପାଇଁ ବ୍ରିଟେନ ପାଖରେ ନିବେଦନ କରିଛି । ଏହା ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୨କୋଟି ଆରବ ଡଲାର ଘୋଟାଲା କରିବା ପରେ ଅଦାଲତ ନୀରବ ମୋଦୀ ଏବଂ ତାଙ୍କ ଭାଇ ନିଶାଲ ଓ ଭଉଣୀ ପୂର୍ବୀଙ୍କୁ ସାର୍ବଜନୀନ ସମନ ପଠାଇଥିଲା । ସେପ୍ଟେମ୍ବର ୨୫ରେ ସେମାନେ କୋର୍ଟରେ ହାଜର ନହେଲେ ସେମାନଙ୍କୁ ପୁଣି ଥରେ ପଳାତକ ଘୋଷଣା କରାଯିବ ବୋଲି କୁହାଯାଇଛି ।

ସ୍ୱତନ୍ତ୍ର ଅଦାଲତ ପଳାତକ ଆର୍ଥିକ ଅପରାଧ ଆଇନ ଆଧାରରେ ଏହି ସମନ ଇଡିର ପିଟିସନ ଉପରେ ଦେଇଛି । ଏମଏସଆଜମି ଅଦାଲତ ପ୍ରମୁଖ ସମାଚାର ପତ୍ରରେ ନୀରବ ମୋଦୀଙ୍କ ଭଉଣୀ ଏବଂ ଭାଇଙ୍କୁ ସମନ ପଠାଇଛି କାରଣ ପ୍ରବର୍ତନ ନିର୍ଦ୍ଦେଶାଳୟ ନୂଆ କାନୁନ ଆଧାରରେ ଏକ ଆବେଦନରେ ଏମାନଙ୍କୁ ସ୍ୱାର୍ଥାନ୍ୱିତ ବ୍ୟକ୍ତି ଭାବରେ ପରିଗଣିତ କରିଥିଲେ ।

ଇଡି ଏହି ଦୁଇଜଣଙ୍କୁ ଧନ ସୋଧନରେ ଲିପ୍ତ ହେବା ଏବଂ ଘୋଟାଲା ସାମ୍ନାକୁ ଆସିବା ପୂର୍ବରୁ ଭାରତରୁ ଫେରାର ହେବାର ଆରୋପ ଲଗାଇଥିଲା । ପୂର୍ବୀ ଏବଂ ନିସାଲଙ୍କ ବିରୁଦ୍ଧରେ ଆବେଦନରେ ବର୍ଣ୍ଣିତ ସମ୍ପତିକୁ ଉପରୋକ୍ତ ଅଧ୍ୟାଦ୍ଦେଶ ଆଧାରରେ ଜବତ କରାଯାଉ ବୋଲି ନୋଟିସରେ କୁହାଯାଇଛି । ଅଦାଲତ ଏହି ତିନିଜଣଙ୍କୁ ସେପ୍ଟେମ୍ବର ୨୫ରେ ସକାଳ ୧୧ଟାରେ ଅଦାଲତରେ ପହଂଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Post