Sun. Mar 8th, 2026

ବ୍ରାହ୍ମଣମାନଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ଆଣିଲେ ଭାଜପା ନେତା

275 Views

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଔଦିଚ୍ୟ ମହାସଭର ବାର୍ଷିକ ଅଧିବେଶନରେ ଯୋଗ ଦେଇ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ କହିଛନ୍ତି ଯେ ବ୍ରାହ୍ମଣମାନଙ୍କୁ ଅଣଦେଖା କରାଯାଇଛି। ଏଣୁ ଏମାନେ ଏକାଠି ହେବା ଦରକାର। ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ବ୍ରାହ୍ମଣମାନେ ଏକଜୁଟ୍‌ ହୋଇ ନ ଲଢିବେ,ତେବେ କେବଳ ନାମମାତ୍ର ହୋଇ ରହିବେ ବ୍ରାହ୍ମଣ ସମାଜ।

ଏହି ଅବସରରେ ଜୟ ନାରାୟଣ ବ୍ୟାସ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଯୁବପୀଢି ସଂରକ୍ଷଣ ବିରୋଧରେ ସଂଘର୍ଷ କରୁଛନ୍ତି। କାରଣ ସରକାରୀ ଚାକିରିରେ ବ୍ରାହ୍ମଣମାନଙ୍କ ପାଇଁ ଚାକିରି ସୀମିତ। ଅପରପକ୍ଷରେ ନିମ୍ନ ଜାତି ପାଇଁ ଚାକିରି ଅଧିକ। ଏହି କାରଣରୁ ବ୍ରାହ୍ମଣ ସଭାକୁ ଏକାଠି ହେବାର ସମୟ ଆସିଛି ବୋଲି ସେ କହିଛନ୍ତି। ବ୍ରାହ୍ମଣମାନଙ୍କୁ ଚାକିରିରେ ଅଧିକ ବ୍ୟବସ୍ଥା କରାଯିବା ସପକ୍ଷରେ ସେ ମତ ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ରାଜନୈତିକ ଦଳରେ ବ୍ରାହ୍ମଣମାନଙ୍କୁ ବି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।

 

By amfnews

Related Post