Sun. Mar 8th, 2026

ବୃଦ୍ଧାଙ୍କ ହାତ ଗୋଡ଼ ବାନ୍ଧି ଲୁ‌ଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

314 Views

ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ କଲ୍ୟାଲପୁର ପଞ୍ଚାୟତ ଓସ୍ତପଡ଼ା ଗ୍ରାମର ଜଣେ ବୃଦ୍ଧାଙ୍କ ହାତଗୋଡ଼ ବାନ୍ଧି ମୁହଁରେ କନା ବିଣ୍ଡା ଦେଇ ଲୁଟ୍‌ ହୋଇଛି। ବୃଦ୍ଧାଙ୍କ ନିକଟରେ ଥିବା ପ୍ରାୟ ୧୦/୧୨ ହଜାର ଟଙ୍କା ଓ ପ୍ରାୟ ୨ଲକ୍ଷ ଟଙ୍କାର ସୁନା ଗହଣାକୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ରାତି ପ୍ରାୟ ସାଢ଼େ ୨ଟା ବେଳେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧା ହେଲେ ତିଳୋତ୍ତମା ପ୍ରଧାନ(୭୦)। ଖବରପାଇ ନନ୍ଦନକାନନ ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ତିଳୋତ୍ତମାଙ୍କ କହିବା ଅନୁଯାୟୀ କିଛି ମୁଖା ପିନ୍ଧିଥିବା ଯୁବକ ଘରେ ପଶି ତାଙ୍କୁ ହତ୍ୟା ଧମକ ଦେଇ ବାନ୍ଧି ପକାଇଥିଲେ। ପରେ ତାଙ୍କ ବାକ୍ସ ଭାଙ୍ଗି ଲୁଟ୍ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ଦେଖି ପରିବାର ଲୋକ ତାଙ୍କୁ ସକାଳେ ଉଦ୍ଧାର କରିଥିଲେ। କିଛି ସ୍ଥାନୀୟ ଅସାମାଜିକ ଯୁବକ ଏହି ଘଟଣାରେ ସମିଲ ଥିବା ପୁଲିସ ସନ୍ଦେହ କରିଛି। ଅପରପକ୍ଷରେ ଉକ୍ତ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ ହେଉ ନଥିବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

By amfnews

Related Post