Sun. Mar 8th, 2026

ବିବାହର ୪ଦିନ ପରେ ୩ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଲା ଲୁଟେରା‌ ବୋହୂ

273 Views

ବଦାୟୁଁ: ବିବାହର ୪ଦିନ ପରେ ଜଣେ ନବବଧୂ ଶାଶୁଘରୁ ୩ଲକ୍ଷ ଟଙ୍କାର ସୁନା-ଗହଣା ନେଇ ଫେରାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଥିବା ବେଳେ ରାତି ଖାଇବାରେ ନିଶା ଦ୍ରବ୍ୟ ମିଶାଇ ଲୁଟେରୀ ଦୁହ୍ଲନ ଏଭଳି କରିଥିବା ଜଣା ପଡ଼ିଛି। ଘଟଣାଟି ଶୁକ୍ରବାର ରାତିରେ କୋତୱାଲି ପୁଲିସ ଷ୍ଟେସନ ଅଧିନରେ ଥିବା ଛୋଟା ପାରା ଅଞ୍ଚଳରେ ଘଟିଥିବା କହିଛନ୍ତି ପୁଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର ଶ୍ରୀବାସ୍ତବ।

Image result for Newly-wed Woman Flees In-laws' House with Cash & Jewellery Worth Rs 3 Lakh

ପୁଲିସର ସୂଚନା ମୁତାବକ, ପ୍ରବୀନ ଓ ରିୟା ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରିୟା ଆଜମଗଡ଼ରେ ରହୁଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ସେ ଏଭଳି କରିଥିବା ଆଶଙ୍କା କରୁଛି ପୁଲିସ। ୭୦,୦୦୦ଟଙ୍କା ସହ ୩ଲକ୍ଷ ଟଙ୍କାର ସୁନା ଗହଣା ନେଇ ଲୁଟେରୀ ଦୁହ୍ଲନ ଫେରାର ହୋଇଥିବା ବେଳେ ଶାଶୁଘର ଲୋକଙ୍କ ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ। ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୁଲିସ।

By amfnews

Related Post